ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ବିଜେପି ତାର ଦୁଆର ଖୋଲିଦେବ ତେବେ ପୃଥ୍ୱୀରାଜ ଚହ୍ୱାଣ ଏବଂ ଶରଦ ପୱାରକୁ ଛାଡି କଂଗ୍ରେସ ଏବଂ ଏନସିପିର ସମସ୍ତ ନେତା ବିଜେପିରେ ସାମିଲ ହୋଇଯିବେ ବୋଲି ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି । ଶରଦ ପୱାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖିଆ ହୋଇଥିବା ବେଳେ ପୃଥ୍ୱୀରାଜ ଚହ୍ୱାଣ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ।
ପ୍ରକୃତରେ , ଅମିତ୍ ଶାହା ଖାଲିଟାରେ ଏଭଳି ବୟାନ ଦେଇ ନାହାଁନ୍ତି । କାରଣ କଂଗ୍ରେସ ଏବଂ ଏନସିପି ନେତାମାନେ ତାଙ୍କ ଦଳ ଛାଡି ବିଜେପି କାର୍ଯ୍ୟାଳୟରେ ପହଁଚିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅମିତ୍ ଶାହା ଏହି ବୟାନ ଦେବା ସହ ବିଜେପିର ମଜବୁତ ସନ୍ଦେଶ ଦେଇଛନ୍ତି ।
ରାଜନୈତିଜ୍ଞ ବିଶ୍ଲେଷକଙ୍କ କହିବାନୁଯାୟୀ , ନିର୍ବାଚନ ପୂର୍ବରୁ ଯଦି ବିରୋଧୀ ଦଳ ନେତାମାନେ କୌଣସି ଦଳରେ ଅଧିକ ସଂଖ୍ୟାରେ ସାମିଲ ହେଉଛନ୍ତି ତେବେ ଏହାଦ୍ୱାରା ପାର୍ଟିର ମନୋବଳ ଆହୁରୀ ସୁଦୃଢ ହୋଇଯିବ ।
ସେପଟେ ବିଧାନସଭା ନିର୍ବାଚନ ହେବା ପୂର୍ବରୁ ବିରୋଧୀ ଦଳର ନେତାମାନେ ବିଜେପି ଦଳ ମୁହଁ ହେଉଛନ୍ତି । ଏହାସହିତ କଂଗ୍ରେସ ନେତା ଏବଂ ପୂର୍ବତନ ମନ୍ତ୍ରୀ ହର୍ଷବର୍ଦ୍ଧନ ପାଟିଲ ନିକଟରେ ନିଜ ବୟାନରେ ବିଜେପିରେ ସାମିଲ ହେବାକୁ ନେଇ ସଂକେତ ଦେଇଛନ୍ତି ।