ମହାରାଷ୍ଟ୍ର (ଏଟିଆର ବ୍ୟୁରୋ): ମଙ୍ଗଳବାର ମହାରାଷ୍ଟ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । କ୍ଷମତା ହାତେଇବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରଥମ ଥର ପାଇଁ ତାଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି । ଏଥିରେ ୧୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।
ରାଜ୍ୟପାଳ ଏହି ନୂତନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି । ଏହି ୧୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ବିଜେପିର ୯ ଜଣ ମନ୍ତ୍ରୀ ରହିଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ୯ ଜଣ ମନ୍ତ୍ରୀ ରହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ, ଏନସିପି ନେତା ଆଜିତ୍ ପାୱାର ପ୍ରମୁଖ ଉପସ୍ଥିତ ଥିଲେ ।