ମୁମ୍ବାଇ(ଏଟିଆର ବ୍ୟୁରୋ):ଚଳିତ ବର୍ଷ ମହାରାଷ୍ଟ୍ରରେ ହୋଇଥିବା ନିର୍ବାଚନରେ ମହା ନାଟକ ଦେଖିବାକୁ ମିଳିଥିଲା । ତେବେ ସବୁ ନାଟକର ଅନ୍ତ ଘଟିବା ପରେ ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଉଦ୍ଧବ ଠାକରେ ସରକାର ଗଢି ଥିଲେ । ସରକାର ଗଢିବା ପରେ ମୁଖ୍ୟମନ୍ତ୍ର ଉଦ୍ଧବ ଠାକରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଗତ ଡିସେମ୍ବର ୩୦ ତାରିଖରେ କରିଥିଲେ । ବିଭିନ୍ନ ବିଭାଗର ଏକ ତାଲିକା ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ଆଜି ସକାଳେ ରାଜ୍ୟପାଳ ଭଗତସିଂହ କୋଶିୟାରି ଏହାକୁ ଅନୁମୋଦନ କରିଥିବାର ଜଣାପଡିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତିନି ଦଳ ମଧ୍ୟରେ ସମାନ ଭାବରେ ବିଭାଗ ବାଣ୍ଟିବା ପାଇଁ ପ୍ରୟାସ କରିଛନ୍ତି । ଉଦ୍ଧବ ନିଜ ପାଖରେ ସାଧାରଣ ପ୍ରଶାସନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଲୋକ ସମ୍ପର୍କ, ଆଇନ ଆଦି ବିଭାଗକୁ ନିଜ ପାଖରେ ରଖିଛନ୍ତି । ସେହିଭଳି ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ ବିଭାଗର ଗୁରୁ ଦାୟିତ୍ୱ ଦେଇଥିବା ବେଳେ ଏନସିପି ନେତା ଅନିଲ ଦେଶମୁଖଙ୍କୁ ଗୃହ ମନ୍ତ୍ରାଳୟ ଦାୟିତ୍ୱ ଦେଇଛନ୍ତି ।
ତେବେ ଆସନ୍ତୁ ଜାଣିବା କେଉଁ ବିଭାଗ କାହାକୁ ମିଳିଛି ।
କ୍ୟାବିନେଟ ମନ୍ତ୍ରୀ-
ଅର୍ଥମନ୍ତ୍ରୀ-ଅଜିତ ପାୱାର
ଗୃହମନ୍ତ୍ରୀ-ଏନସିପି ବେତା ଅନିଲ ଦେଶମୁଖ
ପର୍ଯ୍ୟଟନ ଓ ପର୍ଯ୍ୟାବରଣ ମନ୍ତ୍ରୀ-ଶିବସେନାର ଆଦିତ୍ୟ ଠାକରେ
ରାଜସ୍ୱ ମନ୍ତ୍ରୀ-କଂଗ୍ରେସ ନେତା ବାଲାସାହେବ ଥୋରାତ
ପିଡବଲୁଡି ମନ୍ତ୍ରୀ- କଂଗ୍ରେସ ନେତା ଅଶୋକ ଚହ୍ୱାନ
ଶକ୍ତି ମନ୍ତ୍ରୀ- କଂଗ୍ରେସ ନେତା ନୀତିନ ରାଉତ
ଓବିସି ମନ୍ତ୍ରୀ- କଂଗ୍ରେସ ନେତା ବିଜୟ ଭନ୍ଦେଟିୱାର
ନଗର ଉନ୍ନୟନ ମନ୍ତ୍ରୀ- ଶିବସେନାର ଏକନାଥ ସିନେ୍ଧ
ଉଦଯୋଗ ମନ୍ତ୍ରୀ- ଶିବସେନାର ସୁବାଷ ଦେସାଇ
ପରିବହନ ମନ୍ତ୍ରୀ- ଅନିଲ ପରବ
ଜଳସମ୍ପଦ ମନ୍ତ୍ରୀ-ଜୟନ୍ତ ପାଟିଲ
ଖାଦ୍ୟ ମନ୍ତ୍ରୀ- ଛଗନ ଭୁଜବଲ
ସଂଖ୍ୟାଲଘୁ ମନ୍ତ୍ରୀ- ନୱାବ ମଲ୍ଲିକ
ସାମାଜିକ ନ୍ୟାୟ- ଧନଞ୍ଜୟ ମୁଣ୍ଡେ
ରାଜସ୍ୱ ଓ ଗ୍ରାମୀଣ ମନ୍ତ୍ରୀ- ଅବଦୁଲ ସତ୍ତାର
ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ-ବଚ୍ଚୁ କଡଡୁ
ରାଜ୍ୟଗୃହ ମନ୍ତ୍ରୀ- ସତେଜ ପାଟିଲ
ରାଜ୍ୟ ନଗର ବିକାଶ ମନ୍ତ୍ରୀ-ପ୍ରାଜକ୍ତ ତନପୁରେ
ତେବେ ମନ୍ତ୍ରୀ ମଣ୍ଡଳ ଭାଗବଣ୍ଟକୁ ନେଇ ଶିବସେନାର ବହୁ ନେତା ଅସନ୍ତୁଷ୍ଟ ଜାହିର କରିଛନ୍ତି । ଶିବସେନାର ନେତା ମାନେ ଦାବି କରିଛନ୍ତି ଯେ, ସେମାନଙ୍କୁ ତଳିଆ ବିଭାଗ ଦିଆ ଯାଇଥିବା ବେଳେ କଂଗ୍ରେସ ଓ ଏନସିପି ନେତାମାନଙ୍କୁ ମୁଖ୍ୟ ବିଭାଗର ଦ୍ୱାୟିତ୍ୱ ଦିଆଯାଇଛି । ମାହାରାଷ୍ଟ୍ରରେ ମନ୍ତ୍ରୀ ମଣ୍ଡଳର ବିଭାଜନକୁ ନେଇ ବର୍ତ୍ତମାନ ରାଜନିତି ସରଗରମ ହୋଇଛି ।