କୋଲକାତା ( ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଉଥିବା ବେଳେ ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ ମନା କରିଛନ୍ତି । ମୋଦି ଦ୍ୱିତୀୟ ପାଳି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ପ୍ରଥମ ନୀତି ଆୟୋଗ ବୈଠକ । ଏହି ବୈଠକରେ ଜଳ ଓ କୃଷି ଭଳି ବଡବଡ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ତେବେ ଏଥିରେ ମମତା ଯୋଗ ଦେବେ ନାହିଁ ବୋଲି ମନା କରିବା ସହିତ ସେ କହିଛନ୍ତି ନୀତି ଆୟୋଗ ବୈଠକରେ ନାଁ ବିତ୍ତୀୟ ବ୍ୟବସ୍ଥା ବିଷୟରେ ଆଲୋଚନା ହେବ । ନାଁ ରାଜ୍ୟର ସ୍ୱାର୍ଥ ପାଇଁ କୈଣସି ଯୋଜନାରେ ସହଯୋଗ ମିଳିବ । ଏହିଭଳି ଏକ ବୈଠକରେ ଯୋଗ ଦେବା ମୋ ପାଇଁ ଫାଲତୁ ବୋଲି କହିଛନ୍ତି ଦିଦି ।
ତେବେ ମମତାଙ୍କ ଏହି ବୟାନକୁ ନେଇ ପଶ୍ଚିମବଙ୍ଗର ବରିଷ୍ଠ ସାମ୍ବାଦିକ ନିର୍ମଳା ବାନାର୍ଜିୀ କହିଛନ୍ତି ଏହା ସତ୍ୟଯେ ମମତା ଜଣେ ପକ୍କା ରାଜନେତା । ସେ କେବେ ଆର୍ଥିକ ଏଜେଣ୍ଡାକୁ ଆଗକୁ ଆଣନ୍ତି ନାହିଁ । ସେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଆଜି ଯାଏ କୌଣସି ନୀତି ଆୟୋଗ ବୈଠକରେ ଯୋଗ ଦେଇ ନାହାନ୍ତିଁ । ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧି ନେଇ ହେଉଥିବା ବୈଠକରେ ତାଙ୍କର କୌଣସି ନେଣ ଦେଣ ନଥାଏ ।