ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୪୪୦ ଭୋଲ୍ଟ ଭଳି ବିଜେପି ଦେଶ ପାଇଁ ସବୁଠାରୁ ବଡ ବିପଦ ବୋଲି ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜି ଏହି ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି କି ଲୋକେ ବିଜେପିକୁ ଖାରଜ କରିଦେବାର ଥିଲା, ତାଙ୍କ ପକ୍ଷରେ ଭୋଟ ଦେବକୁ ବିରତି କରିବା ଉଚିତ୍ ।
ହୁଗୁଳି ଜିଲ୍ଲା ପାଣ୍ଡୁଆରେ ଲୋକସଭା ସିଟ୍ ପାଇଁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ରତ୍ନା ଡେ ନାଗ ପକ୍ଷରେ ଏକ ନିର୍ବାଚନୀ ରାଲିରେ ମମତା କହିଛନ୍ତି କି, ମୁଁ ଆଶ୍ୱସନା ଦେଉଛି ଯେ ଯଦି ତୃଣମୂଳ ସତ୍ତାକୁ ଆସେ ତେବେ ଦେଶର କୌଣସି ପ୍ରକାର କ୍ଷତି ହେବ ନାହିଁ ।
ସେ ଆହୂରୀ ମଧ୍ୟ କହିଛନ୍ତି କି, ‘ବିଜେପି ଏବଂ ନରେନ୍ଦ୍ର ମୋଦି ଯଦି ଦ୍ୱିତୀୟ ଥର ସତ୍ତାକୁ ଆସନ୍ତି ତେବେ ସେ ଦେଶକୁ ବରବାଦ୍ କରିଦେବେ । ୪୪୦ ଭୋଲ୍ଟ ଭଳି ବିଜେପି ଦେଶ ପାଇଁ ସବୁଠାରୁ ବଡ ବିପଦ ।’
ମମତା ବାନାର୍ଜି ପ୍ରଶ୍ନ କରିଛନ୍ତି କି ଧର୍ମ ନାମରେ ଦେଶକୁ ଭାଗ କରିବାକୁ ବିଜେପି ସତ୍ତାକୁ ଫେରିପାରେ ଆଶା ବାନ୍ଧିଛି । ବିଜେପି ହିନ୍ଦୁ ମାନଙ୍କ ପାର୍ଟି ବୋଲି କିଭଳି ସେ ଦାବି କରୁଛି । ହିନ୍ଦୁ ଧର୍ମ ପ୍ରତି ବିଜେପି ମନରେ ଟିକେ ବି ସନମାନ୍ ନାହିଁ । ମୋଦିଙ୍କ ପାର୍ଟି କେବଳ ଦେଶରେ ଦଙ୍ଗା କରିବା ପାଇଁ ଜନ୍ମ ହୋଇଛନ୍ତି ।