କୋଲକତା ( ଏଟିଆର ବ୍ୟୁରୋ): ପାଞ୍ଚଦିନ ହେଲା ପଶ୍ଚିମବଙ୍ଗରେ ହେଉଥିବା ଡାକ୍ତରଙ୍କ ଆନ୍ଦୋଳନ କମିପାରେ । ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଶୀକାର ହୋଇଥିବା ଜୁନିୟର ଡାକ୍ତରଙ୍କୁ ଆଜି ମମତା ଭେଟି ପାରନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ଆକ୍ରମଣର ଶୀକାର ହୋଇଥିବା ଜୁନିୟର ଡାକ୍ତର ଏବେ ଚିକିତ୍ସାଧିନ ଥିବା ଡାକ୍ତରଖାନା ଯାଇ ମମତା ତାଙ୍କୁ ଭେଟି ପାରନ୍ତି । ତେବେ ମମତା ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ସହିତ ଆଲୋଚନା କରିବେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି । ସୂଚନଯୋଗ୍ୟ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦ କରି ଡାକ୍ତରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରଛନ୍ତି ।
ମମତା ସେମାନଙ୍କୁ ଚେତାବନୀ ଦେଇଥିଲେ କି ଯଦି ଡାକ୍ତରମାନେ ୨୪ ଘଣ୍ଟା ଭିତରେ ସେମାନଙ୍କ କାର୍ଯ୍ୟରେ ଯୋଗ ଦେବେ ନାହିଁ ତେବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ମମତାଙ୍କ ଚେତାବନୀକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଡାକ୍ତରମାନେ ଆନ୍ଦୋଳନକୁ ବନ୍ଦ କରି ନାହାନ୍ତି । ଡାକ୍ତରମାନେ କହିଛନ୍ତ କି ସେମାନେ କରିଥିବା ୬ ଟା ଦାବିକୁ ମୁଖ୍ୟମନ୍ତ୍ରୀ ମାନିବା ସହିତ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରୁଛନ୍ତି ।
ଗତକାଲି ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଡାକ୍ତରଙ୍କୁ କାର୍ୟ୍ୟରେ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି ଏବଂ ଡାକ୍ତରଙ୍କୁ ସୁରକ୍ଷା ଦେବା ବଦଳରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଧମକକୁ ନିନ୍ଦା କରିଛନ୍ତି । ମମତା ଆଜି ଆହତଙ୍କୁ ଭେଟି ସାରିବା ପରେ ଆନ୍ଦୋଳନ କମିପାରେ ବୋଲି ଆଲୋଚନା ହେଉଛି ।