ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ପାଞ୍ଚଟି ରାଜ୍ୟରେ ନିର୍ବାଚନୀ ଫଳାଫଳ ବାହାରିଛି । କଂଗ୍ରେସକୁମିଳିଛି ବହୁତ ବଡ ସଫଳତା । କଂଗ୍ରେସ ମୁକ୍ତ ଦେଶ କରିବା ପାଇଁ ସ୍ୱପ୍ନ ଦେଖିଥିବା ମୋଦି ମ୍ୟାଜିକ ଫେଲ ମାରିଛି । ତେବେ ମଧ୍ୟପ୍ରଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡାମୁକାବିଲା ଦେଖିବାକୁ ମିଳିଥିଲା । ୨୩୦ ଆସନ ବିଶିଷ୍ଠ ଆସନରୁ ସରକାର ଗଢ଼ିବା ପାଇଁ ୧୧୬ ଦରକାର ହେଉଛି । ତେବେ ଏଠାରେ କଂଗ୍ରେସର ୧୧୪ଟି ଆସନରେ ବିଜୟ ହୋଇଥିବା ବେଳେ ବିଜେପିର ୧୦୯ଟି ଆସନ ମିଳିଛି । ସେପଟେ ବିଏସପିର ୨ଟି ଆସନରେ ବିଜୟ ହୋଇଛି । ଏବଂ ଅନ୍ୟ ଦଳମାନଙ୍କ ମଧ୍ୟରେ ୫ଟି ଆସନର ବିଜୟ ହୋଇଛି ।
କଂଗ୍ରେସକୁ ସରକାର ଗଢ଼ିବା ପାଇଁ ମାତ୍ର ୨ଟି ଦରକାର ହେଉଥିବା ବେଳେ ବିଜେପିକୁ ୭ଟି ଦରକାର । ତେବେ ବିଏସପି ଉପରେ ନିର୍ଭର କରୁଥିବା ଭୋଟ କଂଗ୍ରେସ ଖାତାକୁ ଯିବ ବୋଲି ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି । ସେପଟେ କଂଗ୍ରେସକୁ ଲକି ନମ୍ବର ୨ ଦରକାର ହେଉଥିବା ବେଳେ ମାୟାବତୀ କଂଗ୍ରେସ ସରକାର ଗଢ଼ିବାର ବାଟ ଖୋଲିଯାଇଛି । ରାଜସ୍ଥାନରେ ମଧ୍ୟ କଂଗ୍ରେସକୁ ସପୋର୍ଟ କରିବା ପାଇଁ ମାୟାବତୀ ସୂଚନା ଦେଇଛନ୍ତି । ରାଜସ୍ଥାନରେ ବିଏସପି ୬ଟି ଆସନରେ ବିଜୟ ହୋଇଛି । ଏଠାରେ ୨୦୦ଟି ଆସନରୁ କଂଗ୍ରେସ ୯୯ଟି ଆସନରେ ବିଜୟ ହୋଇଥିବା ବେଳେ ବିଜେପିକୁ ମିଳିଛି ୭୩ଟି ଆସନ । ତେବେ ବିଏସପିର ସମର୍ଥନ ପରେ କଂଗ୍ରେସ ଏଠାରେ ମଧ୍ୟ ସରକାର ଗଢ଼ିବାର ବାଟ ଖୋଲିଯାଇଛି ।