ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦିନକୁ ଦିନ ଖରା ଯେଉଁଭଳି ଭାବରେ ବଢିଚାଳିଛି ତାହା ନ କହିବା ଭଲ । ଗରମରୁ ରକ୍ଷା ପାଇବା ପାଇଁ ଧନୀ ଲୋକ ଘରେ ଏସି ଲଗାଇ ଚଳିଯାଉଥିବା ବେଳେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଏକ ନୂଆ ଯୋଜନା ଆଣୁଛନ୍ତି । ଯେଉଁଥିରେ ବଜାର ଅପେକ୍ଷା ୨୦ ପ୍ରତିଶତ କମ ଦରରେ ଲୋକଙ୍କୁ ଏସି ଯୋଗାଇ ଦେବେ ।
ଏହି ଏସି ସସ୍ତାରେ ବଜାରରେ ଉପଲବ୍ଧ ହେବ । ଏଲଇଡି ଭଳି ଘରେ ଘରେ ଶସ୍ତାରେ ଏସି ଯୋଗାଇଦେବା ଲକ୍ଷ୍ୟରେ ସରକାର ଖୁବଶୀଘ୍ର ଏହି ନିଷ୍ପତ୍ତି ନେଇପାରନ୍ତି । ବଜାରରେ ଏହି ଏସି ସରକାରୀ କମ୍ପାନୀ ଇଇଏସଏଲ ଯୋଗାଇବ । ଏହି ଏସିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫିଚର ହେଲା ଏହା ବଜାରରେ ମିଳୁଥିବା ସାଧାରଣ ଏସି ଠାରୁ ୩୦ ରୁ ୪୦ ପ୍ରତିଶତ କମ ବିଦ୍ୟୁତ ଖର୍ଚ୍ଚ ହେବ ।
ଏହାକୁ ଆପଣ ଅନଲାଇନ ମାଧ୍ୟମରେ ମଧ୍ୟ ବୁକ କରିପାରିବେ । ଯାହା ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ଘରେ ପହଞ୍ଚିବ । ତେବେ ଆସନ୍ତା ଜୁଲାଇ ମାସରେ ଏହି ଯୋଜନା ଆରମ୍ଭ ହୋଇପାରେ । ପ୍ରଥମ ପର୍ଯ୍ୟାୟରେ ଦୁଇ ଲକ୍ଷ ଲୋକ ଏହାର ସୁବିଧା ନେଇ ପାରିବେ । ଯେଉଁମାନଙ୍କ ନାମରେ ବିଦ୍ୟୁତ ସଂଯୋଗ ରହିଥିବ କେବଳ ସେଇମାନେ ଏହି ଏସି ପାଇପାରିବେ ।