ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଫେଲ ମାମଲାରେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଉପରେ ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ ମିଡିଲମ୍ୟାନ୍ ଭଳି କାମ କରିବା ଏବଂ ସରକାରୀ ଗୋପନୀୟତା ଆଇନର ଉଲଘଂନ କରିବା ଅଭିଯୋଗରେ କହିଛନ୍ତି କି, ଏହାକୁ ନେଇ ମୋଦିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ଆବଶ୍ୟକ ।
ରାହୁଲ କହିଛନ୍ତି କି , ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଯିବା ପୂର୍ବରୁ ଅମ୍ବାନୀ କିଭଳି ଭାବେ ଜାଣିପାରିଥିଲେ ଯେ ଡିଲ୍ ହେବ ଏବଂ ଏହି କଣ୍ଟ୍ରାକ୍ଟ ତାଙ୍କୁ ହିଁ ମିଳିବ? ରାହୁଲ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ଗୋଟେ ଇମେଲ ସାମ୍ନାକୁ ଆସିଛି, ଏଠି ପ୍ରଶ୍ନ ଉଛୁଛି କି ପ୍ରଧାନମନ୍ତ୍ରୀ ଟ୍ରାଭେଲ କରିବା ପୂର୍ବରୁ କିଭଳି ଅନୀଲ ଅମ୍ବାନୀ ଫ୍ରାନ୍ସର ରକ୍ଷାମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ ।
ସେ ଦାବି କରିଛନ୍ତି କି, ‘ଜରୁରୀକାଳୀନ ରକ୍ଷା ମନ୍ତ୍ରୀଙ୍କୁ ଏହି ଡିଲ୍ ବିଷୟରେ ଜଣା ନଥିଲା । ବିଦେଶ ସଚିବଙ୍କ ପାଖରେ ବି ଏନେଇ କୌଣସି ଖବର ନଥିଲା । ଏଚଏଏଲ ବି ଅଜଣା ଥିଲ । କିନ୍ତୁ ଅନୀଲ ଅମ୍ବାନୀଙ୍କୁ ପ୍ରଥମରୁ କିଭଳି ଜାଣିଥିଲେ କି ଡିଲ୍ ହେବାକୁ ଅଛି, ।’
ସେ ଅଭିଯୋଗ ଆଣିଛନ୍ତି କି, ‘ଏହା ସରକାରୀ ଗୋପନୀୟତା ଆଇନର ଉଲଘଂନ ଅଟେ । ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବା ଉଚିତ୍ । ଏହାସହିତ ଅନୀଲ ଅମ୍ବାନୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମିଡିଲମ୍ୟାନ ଭଳି କାମ କରୁଛନ୍ତି ବୋଲି ସେ ଦାବି କରିଛନ୍ତି ।’