ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋଦି ସରକାର ଦ୍ୱିତୀୟ ଥର ସତ୍ତାକୁ ଆସିବା ପରେ ଦେଶର ୫ କୋଟି ଲୋକଙ୍କୁ ପ୍ରତିମାସରେ ୩୦୦୦ ଟଙ୍କା ପେନସନ ଦେବାର ଯୋଜନା କରିଛନ୍ତି । ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ମଞ୍ଜୁର ଦିଆଯାଇଛି । ଯୋଜନା ଅନୁଯାୟୀ ପ୍ରଥମ ୩ ବର୍ଷରେ ୫ କୋଟି ଲାଭାର୍ଥିଙ୍କୁ ଏହି ପେନସନ୍ ଯୋଜନାରେ ସାମିଲ କରାଯିବ ।
ଏହି ଯୋଜନାରେ ସରକାରୀ ଖଜଣା ଉପରେ ୧୦,୭୭୪ କୋଟି ଟଙ୍କା ବର୍ଷକୁ ଖର୍ଚ୍ଚ ଆସିବ । ସେପଟେ ରାଜ୍ୟର କୃଷି ମନ୍ତ୍ରୀଙ୍କ ସହିତ ଚର୍ଚ୍ଚା ଅବସରରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ବହୁତ ଶୀଘ୍ର ଏହି ଯୋଜନା ଲାଗୁ କରିବା ପାଇଁ କହିଛନ୍ତି । ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ କିଷାନ ପେନସନ ଯୋଜନା’ ।
ହୁଏତ ଏହି ଯୋଜନାର ଲାଭ ଉଠାଇବା ପାଇଁ କୃଷକଙ୍କୁ ପ୍ରତିମାସରେ ୧୦୦ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏଭଳି କରିବା ଦ୍ୱାରା ୬୦ ବର୍ଷରେ କୃଷକଙ୍କୁ ମାସିକ ୩୦୦ ହଜାର ଟଙ୍କା ପେନସନ ଆକାରରେ ମିଳିବ । ଏଥିପାଇଁ ଭାରତୀୟ ଜୀବନ ବୀମା ଏଲଆଇସି ଏହି ଫଣ୍ଡର ପ୍ରବନ୍ଧନ କରିବ ।
ଏହି ଯୋଜନା ବିଷୟରେ ଦେଶର କୃଷକଙ୍କୁ ଜାଗୃତ କରିବା ପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ରୀୟ କୃଷିମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।