ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁର୍ନବାର ମୋଦି ସରକାର ସତ୍ତାକୁ ଆସିବା ପରେ ରାଜନୈତିକ ମହଲରେ ରେସ୍ ବଢି ଯାଇଛି । ଏହା ନୂତନ ଚରଣ ଶୁଭାରମ୍ଭର ସଂକେତ । ଏଥରକ ଗୃହ ମନ୍ତ୍ରାଳୟ ବି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଭଳି ସକ୍ରିୟ ହୋଇ ଉଠିଛି । ଗତ ସପ୍ତାହରେ ଅମିତ୍ ଶାହା ଗୃହ ମନ୍ତ୍ରାଳୟ କାର୍ଯ୍ୟଭାର ସମ୍ଭାଳିବା ପରେ ଏଠାରେ ରାଜ୍ୟପାଳ, କୃାବିନେଟ୍ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଯିବା ଆସିବା ଲାଗି ରହିଛି ।
କେନ୍ଦ୍ରରେ ସରକାର ଭାବେ ମହତ୍ୱପୂର୍ଣ୍ଣ ହେବା ମାମଲାରେ ପ୍ରଥମେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପରେ ଅର୍ଥ ମନ୍ତ୍ରାଳୟ ଆସେ । ସେହିପରି ଗତ ଥର ପ୍ରଧାନମନ୍ତ୍ରୀ ଶେଷ କାର୍ଯ୍ୟାଳୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସକ୍ରିୟ ରହିଥିଲେ । ମାତ୍ର ଏଥରକ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପରେ ଗୃହ ମନ୍ତ୍ରାଳୟ ସକ୍ରିୟ ରହିଛି ।
ଖବରମୁତାବକ, ମଙ୍ଗଳବାର ଗୃହ ମନ୍ତ୍ରାଳୟରେ ଏକ ବୈଠକ ହୋଇଥିଲା । ଏଥିରେ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସାମିଲ ଥିଲେ ।