ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ନିର୍ବାଚନ ଘୋଷଣାପତ୍ରକୁ ନେଇ ଅରୁଣାଚଳ ପ୍ରଦେଶର ପାସୀଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ହମଲା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଏହି ଲୋକଙ୍କ ଭଳି ତାଙ୍କ ଘୋଷଣାପତ୍ର ବି ଭ୍ରଷ୍ଟାଚାର, ବେଇମାନ, ବିରକ୍ତିପୂର୍ଣ୍ଣ ଭରା ହୋଇଥାଏ । ସେଥିପାଇଁ ଏହା କଂଗ୍ରେସର ଘୋଷଣାପତ୍ର ନୁହେଁ ।
ଆମେ କେବଳ ପ୍ରତିଶୃତି ଦେଇ ଦଶନ୍ଧି ଯାଏଁ ଲଟକାଇ ରଖିବା ଲୋକ ନୁହେଁ, ବରଂ ଆପଣଙ୍କ ଜୀବନକୁ ସହଜ ଓ ସରଳ କରିବା ପାଇଁ ପୂରା ନିଷ୍ଠାର ସହିତ କାମ କରିବା ଲୋକ ।
ଗୋଟେ ପରିବାର ୫୫ ବର୍ଷ ଯାଏଁ ଦାବି କରିଛି, କିନ୍ତୁ ତାପରେ ବି ହିନ୍ଦୁସ୍ଥାନର ସମସ୍ତ କାମ ସମ୍ପୂର୍ଣ୍ଣ ହୋଇଯାଇଛି ବୋଲି ଏ ଦାବି କରି ପାରିବେ ନାହିଁ ।
ଯେଉଁମାନେ ଭାରତର ସମ୍ବିଧାନକୁ ମାନୁ ନାହାନ୍ତି, ଏଭଳି ଲୋକଙ୍କ ବିରୋଧରେ ଦେଶଦ୍ରୋହର ଯେଉଁ ଆଇନ ଅଛି ତାକୁ ସମାପ୍ତ କରିବାର ପ୍ରତିଶୃତି କଂଗ୍ରେସ ଦଳ କରିଛି ।
ଗୋଟେପଟେ କଂଗ୍ରେସ କଦାପି ଦେଶର ଆଶା ଏବଂ ଆକାଂକ୍ଷାକୁ ବୁଝି ପାରିନି । କେବଳ ଦେଶରେ ରାଜ୍ କରିବା ପାଇଁ ସତ୍ତାକୁ ମାଡି ବସିଛି । ମାତ୍ର ଆପଣଙ୍କ ଏହି ଚୌକିଦାର ଆପଣଙ୍କ ସେବକ ଭଳି କାମ କରୁଛି ।
ଆପଣମାନ କଂଗ୍ରେସକୁ ବିଶ୍ୱାସ କରିବାର ପରିଣାମ ହେଉଛି ଏବେ ବି ଅନେକ ଗାଁରେ ବିଜୁଳି ବ୍ୟବସ୍ଥା ପହଁଚି ପାରି ନାହିଁ ।
ଏଥରକ ନିର୍ବାଚନ ପ୍ରତିଶୃତି ଏବଂ ଉଦ୍ଦ୍ୟେଶ ଭିତିକ ନିର୍ବାଚନ । ଏହା ସଂକଳ୍ପ ଏବଂ ଷଡଯନ୍ତ୍ର ମଧ୍ୟରେ ଥିବା ନିର୍ବାଚନ । ଏହା ଭରଷା ଏବଂ ଭ୍ରଷ୍ଟାଚାର ମଧ୍ୟରେ ଥିବା ନିର୍ବାଚନ । ଏହା ଅରୁଣାଚଳ ର ବିକାଶ ପାଇଁ ଦିନ ରାତି ଏକାଠି କରିବାର ନିର୍ବାଚନ । ଏହା ଆପଣଙ୍କ ସାଂସ୍କୃତିକ, ପରମ୍ପରା, ଆପଣଙ୍କ ଗୌରବକୁ ରକ୍ଷା କରୁଥିବା ଏବଂ ଆପଣଙ୍କ ପରିଧାନକୁ ମଜାକ ଉଡାଉଥିବା, ଆପଣଙ୍କ ଅପମାନ କରୁଥିବ ବ୍ୟକ୍ତି ମଧ୍ୟରେ ନିର୍ବାଚନ । ଯେଉଁଲୋକ ଦେଶକୁ ଅପମାନ କରିଥାନ୍ତି ସେମାନଙ୍କୁ କଂଗ୍ରେସ ସହାନୁଭୁତି ଦେଇଥାଏ ।