ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ର୍ରୀୟ ମନ୍ତ୍ରୀ ନିତୀନ ଗଡକରୀ ସର୍ବଦା ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏବେ ଶ୍ରୀ ଗଡକରୀ ପୁଣି ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି ବିଜେପି କାର୍ଯ୍ୟକାର୍ତ୍ତାଙ୍କୁ ପ୍ରଥମେ ନିଜ ଘରର ଦାୟିତ୍ୱ ପୂରା କରିବା ଉଚିତ୍ କାରଣ ଯିଏ ଏଭଳି କରି ପାରିବ ନାହିଁ, ସେ କଦାପି ଦେଶ ସମ୍ଭାଳି ପାରିବ ନାହିଁ ।
ବିଜେପିର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାପୀଠ ର ପୂର୍ବ କାର୍ଯ୍ୟକର୍ତ୍ତାଙ୍କ ଏକ ସମ୍ମିଳନୀକୁ ଶନିବାର ସମ୍ବୋନ୍ଧିତ କରିବା ସମୟରେ ଗଡକରୀ ଏହି ବୟାନ ଦେଇଛନ୍ତି ।
ଗଡକରୀ କହିଛନ୍ତି କି, ‘ମୁଁ ଅନେକ ଲୋକଙ୍କ ସହ ମିଶିଛି ଯେଉଁମାନେ ନିଜକୁ ବିଜେପିର ବୋଲି କହିଛନ୍ତି । ଦେଶ ପାଇଁ ନିଜର ଜୀବନ ମଧ୍ୟ ସମର୍ପିତ କରିବାକୁ ଚାହାନ୍ତି । ମୁଁ ଏଭଳି ଜଣେ ଲୋକଙ୍କୁ ପଚାରିଲି କି , ଆପଣ କ’ଣ କରୁଛନ୍ତି ଏବଂ ଆପଣଙ୍କ ପରିବାରରେ ଆଉ କିଏ ଅଛନ୍ତି ।’ ସେ ଉତ୍ତର ଦେଇ କହିଲେ କି ମୁଁ ମୋ ଦୋକାନ ବନ୍ଦ କରିଦେଇଛି, କାରଣ ଭଲ ବ୍ୟବସାୟ ହେଉନଥିଲା… ଘରେ ମୋ ପତ୍ନୀ ଏବଂ ଛୁଆ ଅଛନ୍ତି ।
ଏହାର ଉତ୍ତରରେ ଗଡକରୀ କହିଛନ୍ତି , ‘ପ୍ରଥମେ ନିଜ ଘରର କଥା ବୁଝନ୍ତୁ, କାରଣ ଯିଏ ନିଜ ଘର ସମ୍ଭାଳି ପାରେ ନାହିଁ , ସେ ଦେଶ ସମ୍ଭାଳି ପାରିବ ନାହିଁ । ଏହି ସମୟରେ ପ୍ରଥମେ ଆପଣଙ୍କ ଘର ଏବଂ ଛୁଆଙ୍କୁ ସମ୍ଭାଳନ୍ତୁ, ସମ୍ପତି ଦେଖିବା ପରେ ଯାଇ ଦଳ ଏବଂ ଦେଶ ପାଇଁ କାମ କରନ୍ତୁ ।’