ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥବ୍ୟବସ୍ଥାର ମାନ୍ଦା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଏଥିପାଇଁ ଇଣ୍ଡଷ୍ଟ୍ରି ଚିନ୍ତିତ ହେବା ଆବଶ୍ୟକ ନାହିଁ । କାରଣ ଏହା ଏକ ଖରାପ ସମୟ ଏହା ଗଡିଯିବ ।
ବିଦର୍ଭ ଇଣ୍ଡଷ୍ଟ୍ରି ଆସୋସିଏସନର ୬୫ତମ ସ୍ଥାପନା ଦିବସ ଅବସରରେ ନାଗପୁର ଠାରେ ଗଡକରୀ କହିଛନ୍ତି କି ମୁଁ ଜାଣିଛି ଇଣ୍ଡଷ୍ଟ୍ରି ଖରାପ ସ୍ଥିତି ଦେଇ ଗତି କରୁଛି । ଆମେ ବୃଦ୍ଧି ଦର ବଢାଇବାକୁ ଚାହୁଁଛୁ । ନିକଟରେ ମୁଁ ଅଟୋମୋବାଇଲ ନିର୍ମାତାଙ୍କ ସହିତ ଦେଖାହୋଇଥିଲି ଏବଂ ସେ ବହୁତ ଚିନ୍ତିତ ଥିଲେ । ମୁଁ ତାଙ୍କୁ କହିଥିଲି କେତେବେଳେ ଖୁସି ଆସିଥାଏ ତ ପୁଣି କେତେବେଳେ ଦୁଃଖ । କେତେବେଳେ ଆପଣ ସଫଳ ହୋଇଥାନ୍ତି ତ ପୁଣି ଆଉ କେତେବଳେ ବିଫଳ । ଏହା ଜୀବନ ଚକ୍ର ।
ସୂଚନାଯୋଗ୍ୟ, ଗତ କିଛି ମାସ ହେବ ଅଟୋ ସେକ୍ଟରରେ ମାନ୍ଦାବାସ୍ଥା ଚାଲିଛି । ଯେଉଁଥି ପାଇଁ ଗାଡି ଗୁଡିକ ବିକ୍ରି କମ ହେଉଛି । ସେପଟେ ଏହି ଆର୍ଥିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ଶନିବାର କେନ୍ଦ୍ରସରକାର କିଛି ପଦକ୍ଷେପ ଉଠାଇଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ହାଉସିଂ ଏବଂ ଏକ୍ସପର୍ଟ ସେକ୍ଟରରେ କିଛି ବଡ ଘୋଷଣା କରାଯାଇଛି ।