ବାଲେଶ୍ୱର(ଏଟିଆର ବ୍ୟୁରେ): ଯାତ୍ରୀବାହି ବସକୁବି ଛାଡିଲେନି । ଏଭିଆଇ ପରିଚୟ ଦେଇ ଚାନ୍ଦା ମାଗୁଥିଲେ ଚାନ୍ଦା ନଦେବାରୁ ଯାତ୍ରୀ ମାନଙ୍କୁ ମାଡା ମାରିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବିହାରୁ ଏକ ବସ ତ୍ରୀର୍ଥଯାତ୍ରୀଙ୍କୁ ନେଇ ଓଡିଶା ଆସୁଥିଲା । ତେବେ ଜଳେଶ୍ୱର ନିକଟରେ ଲୋକନାଥ ଟୋଲଗେଟ ନିକଟରେ କିଛି ଯୁବକ ବସକୁ ଅଟକାଇ ଥିଲେ । ଏହା ପରେ ନିଜକୁ ଏମଭିଆଇ ପରିଚୟ ଦେଇ ବସଟିକୁ ଚେକିଙ୍ଗି କରିବାକୁ ଆରମ୍ଭ କରିଥିଲେ । କିଛି ସମୟ ପରେ ଡ୍ରାଇଭକଙ୍କୁ ଚାନ୍ଦା ମାଗିଥିଲେ ଯୁବକ ମାନେ ।
ଏହାକୁ ନେଇ ଯାତ୍ରୀ ଓ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଯୁବକ ମାନେ ଟଙ୍କା ନପାଇବାରୁ ଡ୍ରାଇଭରଙ୍କୁ ମାଡ ମାରି ଥିଲେ । ଏହା ପରେ ଯାତ୍ରୀ ମାନଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇ ଥିବାର ସୂଚନା ରହିଛି । ଯୁବକ ମାନଙ୍କ ଆକ୍ରମଣରେ ଡ୍ରାଇଭରଙ୍କ ସମେତ ଦୁଇ ମହିଳା ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୫ଜଣଙ୍କୁ ଅଟକ ରଖିବା ସହ ଘଟଣାଟିର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାନି ଉତ୍ତେଜନା ଦେଖିବାକୁ ମିଳିଛି । ଟୋଲଗେଟ ନିକଟରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ନହେବା ଲାଗି ଟୋଲଗେଟ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।