ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ସଞ୍ଚାର ନିଗମ ଲିମିଟିଡେ(ବିଏସଏନଏଲ) ର କର୍ମଚାରୀଙ୍କୁ ଠିକ୍ ସମୟରେ ବେତନ ନ ମିଳିବା ଏବଂ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ମିଛ ବିକାଶ ପରେ ଏବେ ଭଗବାନଙ୍କୁ ଗାଳି ଦିଆଯାଉଛି ବୋଲି କଗେଂସ ପକ୍ଷରୁ ଅଭିଯୋଗ କରାଯାଇଛି ।
ଦଳର ମୁଖ୍ୟ ପ୍ରବକ୍ତା ରଣବୀର ସୁରଜୱାଲା ଟ୍ୱିଟ୍ କରି କହିଛନ୍ତି କି, ‘ମୋଦିଙ୍କ ନୂତନ ଆର୍ଥିକ ବ୍ୟବସ୍ଥାରେ ଲୁଟେରାଙ୍କୁ ମଜା ନେବା ପାଇଁ ଖୁଲମ ଖୁଲା ଛୁଟ୍ ମିଳିଛି । ମାତ୍ର ସେପଟେ କଠିନ ପରିଶ୍ରମ କରୁଥିବା ଭାରତୀୟ ନାଗରିକଙ୍କୁ ବେତନ ପାଇଁ ସଂଘର୍ଷ କରିବାକୁ ପଡୁଛି ।’
ଏହାବ୍ୟତିତ ସେ କେନ୍ଦ୍ରୀୟ ମନ୍ତ୍ରୀ ମହେଶ ଶର୍ମାଙ୍କ ଏକ ବିବାଦୀୟ ବୟାନକୁ ନେଇ କଟାକ୍ଷ କରି କହିଛନ୍ତି ଯେ, ‘ମୋଦି ଙ୍କ ନୂତନ ଭାରତର ସତ, ଭୁଲ ନିୟମ, ମିଛ ବିକାସ! ନା ରୋଜଗାର, ନା ଠିକ ସମୟରେ ବେତନ । ବାଃ ମୋଦି ଜୀ! ଏବେ ପୁଣି ଭଗବାନଙ୍କୁ ଗାଳି!’
ସେ ଆହୁରୀ ମଧ୍ୟ କହିଛନ୍ତି କି ଯେବେ କାମ ଏବଂ ଜବାବ ଦେବାର ବାରି ଆସିଛି , ତେବେ କେନ୍ଦ୍ରୀୟ ମନ୍ତ୍ରୀ ମହେଶ ଶର୍ମା ଏବେ ଭଗବାନ୍ ଙ୍କୁ ‘ଇଡିଅଟ’ ବୋଲି କହିଛନ୍ତି । କାରଣ ରୋଜଗାରର ଦାୟିତ୍ୱ ତ ଭାଗବାନଙ୍କର କିନ୍ତୁ ସତ୍ତାରେ ରହିବାର ଅଧିକାର ବିଜେପିର…! ଲଜ୍ୟା କର..!
वाह मोदी जी! अब भगवान को गाली!
जब काम व जबाबदेही की बारी आई तो अब आपके केंद्रीय मंत्री, महेश शर्मा ने अब ‘भगवान को ही बेवक़ूफ़’ बता डाला क्योंकि रोटी-रोज़गार की जुम्मेवारी तो भगवान की है, और सत्ता भोगने का अधिकार भाजपाईयों का!
शर्म करो! शर्म करो! pic.twitter.com/1a4lpG1oTC
— Randeep Singh Surjewala (@rssurjewala) March 16, 2019