ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରୁ ତୃଣମୂଳ କଂଗ୍ରେସର ନବନିର୍ବାଚିତ ସାଂସଦ ନୁସରତ୍ ଜହାଁ ଏବେ ଚର୍ଚ୍ଚାରେ ରହିଛନ୍ତି । ସାଂସଦ ହେବା ପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାସହିତ ନିକଟରେ ସଂସଦ ଆସି ନବ-ବଧୂ ବେଶରେ ଶପଥ ମଧ୍ୟ ନେଇଛନ୍ତି । ଏହାପରେ ସେ ବାଚସ୍ପତି ଓମ ବିରଲାଙ୍କ ପାଦ ସ୍ପର୍ଶ କରି ସଂସଦ କାର୍ଯ୍ୟ ପାଇଁ ସିଫ୍ଟର ଶୁଭାରମ୍ଭ କରିଛନ୍ତି ।
ଅନ୍ୟପଟେ ଏହାକୁ ନେଇ ନୁସରତ କହିଛନ୍ତି କି , ସବୁଠାରୁ ଯୁବା ସାଂସଦ ମଧ୍ୟରୁ ମୁଁ ହେଉଛି ଜଣେ । ଆମ ପରିବାରରେ ଶିଖାଯାଇଛି କି, ଯଦି କୌଣସି ନୂତନ କାମର ଶୁଭାରମ୍ଭ କରୁଛ ତେବେ ବଡ ମାନଙ୍କର ପାଦ ଛୁଅଁ । ଏହା ବିଲକୁଲ୍ ରାଜନୀତି ନଥିଲା । ମୁଁ ସମ୍ପୂର୍ଣ୍ଣ ଆଦର ର ସହ ଓମ ବିର୍ଲାଙ୍କ ପାଦ ସ୍ପର୍ଶ କରିଛି ।
ସବୁଠାରୁ ଖାସ୍ କଥା ହେଉଛି ସଂସଦରେ ନୁସରତ୍ ପ୍ରବେଶ କରିବା ସମୟରେ ସେ ସଂସଦକୁ ଆରମ୍ଭ ହୋଇଥିବା ପାହାଚକୁ ମଥାରେ ଲଗାଇଥିଲେ । ଏହାପରେ ଯାଇ ସେ ଆଗକୁ ବଢିଥିଲେ । ହୁଏତ ଏନେଇ କେହି ଧ୍ୟାନ ଦେଇଛନ୍ତି କି ନାହିଁ ତାହା ଜଣା ନାହିଁ ।
ସେପଟେ ନୁସରତଙ୍କ ମଥାରେ ଲାଗିଥିବା ସିନ୍ଦୁରକୁ ନେଇ କିଛି ଲୋକ କମେଣ୍ଟ ମଧ୍ୟ କରିଥିଲେ । ଏହାକୁ ନେଇ ନୁସରତ୍ କୌଣସି ପ୍ରକାର ଟିପ୍ପଣୀ ଦେବା ପାଇଁ ଉଚିତ୍ ମନେ କରି ନାହାନ୍ତି । ମାତ୍ର ତାଙ୍କ ବାହାଘର ପରେ ଧର୍ମ ପରିବର୍ତ୍ତନକୁ ନେଇ କିଛି ଲୋକ ପ୍ରଶ୍ନ କରିବାରୁ ସେ କହିଛନ୍ତି କି ପିଲାଦିନରୁ ହିଁ ସେ ଇସଲାମ୍ ଧର୍ମକୁ ମାନି ଆସୁଛନ୍ତି । କିନ୍ତୁ ପତି ଙ୍କ ଘରର ରୀତି ନୀତିକୁ ବି ସେ ପାଳନ କରିବେ ବୋଲି କହିଛନ୍ତି ।