ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ଜାତୀୟ କନଫ୍ରେନ୍ସ ନେତା ଓମର ଅବଦୁଲା । ଅମିତ୍ ଶାହା ଦେଇଥିବା ବୟାନରେ ପାଲଟା ଜବାବ ଦେଇ ସେ କହିଛନ୍ତି କି ଏହି ସମୟରେ ଦେଶ ବହୁତ ଓଡୋମସରେ ପୀଡିତ ଅଛି । ଓଡୋମସ ମାନେ- ଓଭରଡୋଜ ଅଫ୍ ଓନଲୀ ମୋଦି, ଓନଲୀ ଶାହା ।
ହିମାଚଳ ପ୍ରଦେଶର ଓନାରେ ହୋଇଥିବା ରାଲି ଜରିଆରେ ଅମିତ୍ ଶାହା କହିଥିଲେ କି ବିଜେପି ସରକାର ଗଢିବାର ଗୋଟେ ବର୍ଷ ଭିତରେ ନିଜର ୱାନ୍ ର୍ୟାଙ୍କ ୱାନ୍ ପେନସନ୍ ର ପ୍ରତିଶୃତି ପୂରଣ କରିସାରିଥିଲା । କିନ୍ତୁ କଂଗ୍ରେସ କେବଳ ରାହୁଲ ଏବଂ ପ୍ରିୟଙ୍କା ଦେଇଛି । ଅମିତ୍ ଶାହାଙ୍କ ଏହି ବୟାନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦ୍ୱାରା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ମହାସଚିବ ନଯୁକ୍ତି କରିବାର ପ୍ରତିଶୃତି ଦେଇଥିଲା ।
ପ୍ରିୟଙ୍କା ଗାନ୍ଧୀ ରାଜନୀତୀରେ ଏଣ୍ଟ୍ରି କରିବାକୁ ନେଇ ଏହା ବିଜେପିର ନେତାଙ୍କ ପ୍ରଥମ ପ୍ରତିକ୍ରିୟା ନଥିଲା । ଏହା ପୂର୍ବରୁ ବିହାରର ମନ୍ତ୍ରୀ ପ୍ରସାଦ କୁମାର କହିଥିଲେ କି, ‘ପ୍ରିୟଙ୍କା ଏବେ ଛୋଟ ପିଲା ଅଛନ୍ତି । ଯଦି କଂଗ୍ରେସ ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଲଢିବାକୁ ଚାହିଁଛି ତେବେ ସୋନିଆ ଗାନ୍ଧୀଙ୍କୁ ମଇଦାନକୁ ଆଣିବା ଉଚିତ୍ ।’
ଏହାସହିତ ବିହାରର ଅନ୍ୟ ଏକ ମନ୍ତ୍ରୀ ବିନୋଦ ନାରାୟଣ ଝା କହିଥିଲେ କି , ପ୍ରିୟଙ୍କା ବହୁତ ସୁନ୍ଦର । କିନ୍ତୁ ସୁନ୍ଦୁରତାକୁ ନେଇ ଭୋଟ ମିଳିବ ନାହିଁ । ସେ ରୋବର୍ଟ ଭଦ୍ରାଙ୍କ ପତ୍ନୀ ଜମି ଘୋଟାଲାରେ ଏବଂ ଭ୍ରଷ୍ଟାଚାରରେ କେସ୍ ରେ ଅଭିଯୁକ୍ତ । ମାତ୍ର ରାଜନୀତିରେ ତାଙ୍କର ଉବଲବ୍ଧି ନାହିଁ । ରାଜନୀତୀରେ ସେ ନୂତନ ଶିଖାଳୀ ।