ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜି (ଏନପିଆର) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜି (ଏନଆରସି) ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଏଆଇଏମଆଇଏମ ର ଅଧ୍ୟକ୍ଷ ଅସଦଉଦ୍ଦିନ ଓୱାଇସ କହିଛନ୍ତି । ଓୱାଇସଙ୍କ ଏହି ମତ ପରେ କେନ୍ଦ୍ରମନ୍ତ୍ରୀ ଜୀ କିଷାନ୍ ରେଡ୍ଡୀ ଗୋଟେ ଦିନ ପୂର୍ବରୁ ସ୍ପଷ୍ଟ କରିଥିଲେ କି ଏନପିଆର ଏବଂ ଏନଆରସି ମଧ୍ୟରେ କୌଣସି ସମ୍ବନ୍ଧ ନାହିଁ ।
ମିଡିଆ ରିପୋର୍ଟ ମୁତାବକ, ଓୱାଇସି ଦାବି କରିଛନ୍ତି କି , ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଏନପିଆର ଏବଂ ଏନଆରସି ମଧ୍ୟରେ କୌଣସି ପ୍ରକାରର ସମ୍ବନ୍ଧ ନାହିଁ । କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଯାଉଛି କି ଏନପିଆର ଏବଂ ଏନଆରସି ଗୋଟେ କଏନର ଦୁଇଟି ପାର୍ଶ୍ୱ । ଏହାସହିତ ଏନପିଆର ଏବଂ ଏନଆରସି ର ନିୟମ ସମାନ ଅଟେ । ଏହି ନିୟମ ନାଗରିକତା ଆଇନ ୧୯୫୫ ଅନୁଯାୟୀ କରାଯାଇଛି । ,ଯେଉଁଥିରେ ଏନପିଆର ଏବଂ ଏନଆରସି ରହିଛି । ଯଦି ଦେଶରେ ଏନପିଆର ହେବ ତାହାଲେ ଏନଆରସି ବି ହେବ ।