ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ ମେଁ ଭି ଚୌକିଦାର’ ଅଭିଯାନ ଆରମ୍ଭ ହୋଇଯାଇଛି । ଏହାସହିତ ପ୍ରଧାନମନ୍ତ୍ରୀ ଟ୍ୱିଟରରେ ତାଙ୍କ ନାଁ ଆରମ୍ଭରୁ ‘ଚୌକିଦାର’ଶଦ୍ଧ ଯୋଡି ଦେଇଛନ୍ତି । ଏବେ ଟ୍ୱିଟରରେ ପ୍ରଧାନମନ୍ତ୍ରୀଙ୍କ ନାଁ ‘ଚୌକିଦାର ନରେନ୍ଦ୍ର ମୋଦି’ ରହିଛି । ନରେନ୍ଦ୍ର ମୋଦିଙ୍କ ବ୍ୟତିତ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ବିଜେପି ନେତାମାନେ ମଧ୍ୟ ନିଜ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ‘ଚୌକିଦାର’ ଶଦ୍ଧ ଯୋଡି ନେଇଛନ୍ତି ।
ସେପଟେ ପ୍ରଧାନମନ୍ତ୍ରୀଙ୍କୁ ଟକ୍କର ଦେବା ଲାଗି ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ସାମ୍ନାକୁ ଆସିଛନ୍ତି । ‘ଚୌକିଦାର’ର ଜବାବରେ ସେ ତାଙ୍କର ଟ୍ୱଟ୍ର ଆକାଉଣ୍ଟରେ ନାଁ ଆରମ୍ଭରୁ ‘ବେରୋଜଗାର’ ଲେଖିଛନ୍ତି । ଏହାପରେ ଏବେ ଟ୍ୱିଟରରେ ତାଙ୍କ ନାଁ ‘ବେରୋଜଗାର ହାର୍ଦ୍ଦିକ ପଟେଲ’ ରହିଛି ।
ବିଜେପିର ‘ଚୌକିଦାର’ ପ୍ରଚାରର ମୁକାବିଲା କରି କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ତାଙ୍କ ସୋସିଆଲ ମିଡିଆରେ ‘ବେରୋଜଗାର’ ଶଦ୍ଧ ବ୍ୟବହାର କରି ଏହି ପ୍ରସଙ୍ଗରେ ବିଜେପି ସରକାରକୁ ଘେରିବା ପାଇଁ ଚେଷ୍ଟା କରିଛନ୍ତି । ହାର୍ଦ୍ଦି ପଟେଲ ସୋମବାର ଦିନ ତାଙ୍କ ନାଁ ଟ୍ୱିଟ୍ ରରେ ବଦଳାଇ ‘ବେରୋଜଗାର ହାର୍ଦ୍ଦିକ ପଟେଲ’ ରଖିଛନ୍ତି । ଟ୍ୱିଟରରେ ତାଙ୍କର ଏହି ନାଁ ବଦଳିବା ପରେ ଅନେକ ୟୁଜର୍ସ ତାଙ୍କୁ ସମର୍ଥନ ଜଣାଇଛନ୍ତି । ଏହାସହିତ ବେରୋଜଗାରକୁ ନେଇ କଡା ଡିବେଟ ମଧ୍ୟ କରିଛନ୍ତି ।
ହାର୍ଦ୍ଦିକ ପଟେଲଙ୍କ ଏହି ପ୍ରଚାର ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ହୁଏତ ତାଙ୍କର ଏହି ନିଷ୍ପତିରେ ବିରୋଧୀ ଏବଂ ସମର୍ଥନ ଉଭୟ ଦେଖିବାକୁ ମିଳୁଛି । ଏନେଇ କିଛି ୟୁଜର୍ସ ତାଙ୍କୁ ଟାର୍ଗେଟ କରୁଥିବା ବେଳେ ଅନ୍ୟ କିଛି ୟୁଜର୍ସ ତାଙ୍କୁ ସମର୍ଥନ କରୁଛନ୍ତି ।