ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଲା ଏବଂ ମେହବୁବା ମୁଫତି ସମେତ ଅନେକ ନେତାଙ୍କ ନାଁରେ ଦେଶଦ୍ରୋହର ମାମଲା ରୁଜୁ କରାଯାଇଛି । ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିଥିବାରୁ ଏହି ନେତାମାନଙ୍କ ବିରୋଧରେ ବିହାରର ଜଣେ ଓକିଲ ପଶ୍ଚିମ ଚମ୍ପାରଣର ବେତିୟା ଅଦାଲତରେ ଏହି ମାମଲା ରୁଜୁ କରିଛନ୍ତି ।
ଏହି ମାମଲାରେ ଓକିଲଙ୍କ କହିବାନୁଯାୟୀ , ‘ଏହି ମାମଲାରେ ଅଦାଲତ ପକ୍ଷରୁ ହସ୍ତକ୍ଷେପ କରାଯାଇଛି । ଏହାର ଆଗାମୀ ଶୁଣାଣି ସେପ୍ଟେମ୍ବର ୨୪ ରେ ହେବ ।’
ଭାରତ ସରକାରଙ୍କ ଏହି ବଡ ପଦକ୍ଷେପକୁ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କଂଫ୍ରେନ୍ସର ଉପସଭାପତି ଅମର ଅବଦୁଲା ନିନ୍ଦା କରିଛନ୍ତି । କାଶ୍ମୀରରେ ଅଧିକ ମାତ୍ରାରେ ଯବାନଙ୍କ ଉପସ୍ଥିତିକୁ ବିରୋଧ କରି ଅବଦୁଲା କହିଥିଲେ କି ଏହି ନିଷ୍ପତି ସମ୍ପୂର୍ଣ୍ଣ ଅବୈଧ, ଅସାମ୍ବିଧାନିକ ଏବଂ ଏକତରଫା ।
ସେପଟେ ପିଡିପି ମୁଖିଆ ମେହବୁବା ମୁଫତି ବି ଏହି ନିଷ୍ପତିକୁ କଡା ବିରୋଧ କରିଥିଲେ । କେବଳ ଏତିକି ନୁହେଁ ଏନେଇ ମେହବୁବା ଧମକ ବି ଦେଇଥିଲେ । ମେହବୁବା କହିଥିଲେ କି ଆଜିର ଦିନ ଦେଶର ଲୋକତନ୍ତ୍ରର କଳାଦିନ । ଧାରା ୩୭୦କୁ ଉଚ୍ଛେଦ କରିବାର ଏକତରଫା ନିଷ୍ପତି ଅବୈଧ ଏବଂ ଅସାମ୍ବିଧାନିକ ଅଟେ ।