ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁୟାନାର ପ୍ରୋଭିଡେନ୍ସରେ ଖେଳାଯାଇଥିବା ଶେଷ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍କୁ ୭ ୱିକେଟରେ ହରାଇଥିଲା ଭାରତ । ଦୀପକ ଚାହରଙ୍କ ତିନି ୱିକେଟ୍ ଏବଂ ବିରାଟ- ପନ୍ଥଙ୍କ ଅର୍ଦ୍ଧଶତକ ହିଁ ୱେଷ୍ଟଇଣ୍ଡଜ୍ କୁ ତୃତୀୟ ମ୍ୟାଚରେ ହରାଇଦେଇଛି ।
ୱେଷ୍ଟଇଣ୍ଡିଜ୍ ର ୧୪୭ ରନˆୁ ଲକ୍ଷ୍ୟ କରି ଭାରତୀୟ ଟିମ୍ ଆରମ୍ଭରୁ ନିରାଶ ପ୍ରଦର୍ଶନ କରିଥିଲେ । କିନ୍ତୁ ଅଧିନାୟକ ବିରାଟ କୋହଲି ଏବଂ ଋଷଭ ପନ୍ଥଙ୍କ ଅର୍ଦ୍ଧଶତକ ହିଁ ଭାରତକୁ ବିଜୟ କରିପାରିଥିଲା । ଏହା ଦ୍ୱିତୀୟ ଥର ଯେଉଁଟି ଭାରତୀୟ ଟିମ୍ ବିଦେଶ ମାଟିରେ ଟି୨୦ ସିରିଜ୍ ନିଜ ନାମରେ କରିଛନ୍ତି ।
ଲକ୍ଷ୍ୟକୁ ଦୃଷ୍ଟିରେ ରଖି ମଇଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ପ୍ରଦର୍ଶନ ପ୍ରଥମରୁ ଖରାପ ଥିଲା । ଦୁଇ ଓଭର ଭିତରେ ଦୁଇଟି ୱିକେଟ ପଡିଯାଇଥିଲା । ଏହାପରେ ଅଧିନାୟକ ବିରାଟ କୋହଲି ଏବଂ ୱିକେଟକିପର ଋଷଭ ପନ୍ଥ ଟିମ୍ କୁ ସମ୍ଭାଳିଥିଲେ ଏବଂ ନିଜ ନିଜର ଅର୍ଦ୍ଧଶତକ ପୁରା କରିଥିଲେ । ବିରାଟ ଆଉଟ୍ ହେବା ପୂର୍ବରୁ ୪୫ ବଲ୍ ରେ ୫୯ ରନ୍ କରିଥିଲେ । ସେହିପରି ପନ୍ଥ ଶେଷ ପର୍ଯ୍ୟନ୍ତ ରହିବା ସହ ୪୨ ବଲ୍ ରେ ୬୫ ରନ୍ କରିଥିଲେ ।