ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋଦି ସରକାର ୨ ରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପିୟୁଷ ଗୋୟଲ ଗୁରୁବାର ଦିନ ଶପଥ ଗ୍ରହଣ କରିବା ପରେ ଶୁକ୍ରବାର ସେ ରେଳମନ୍ତ୍ରୀ ଭାବେ ପୁର୍ନଭାର କାର୍ଯ୍ୟଭାର ସମ୍ଭାଳିଛନ୍ତି । ଦ୍ୱିତୀୟ ଥର ରେଳମନ୍ତ୍ରୀ ହେବା ପରେ ପିୟୁଷ ଗୋୟଲ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।
କାର୍ଯ୍ୟଭାର ଗ୍ରହଣ କରିବା ପରେ ରେଳଭବନ ଗଣମାଧ୍ୟମକୁ ସାକ୍ଷାତ କରି ସେ କହିଛନ୍ତି କି, ‘ମୋତେ ଦ୍ୱିତୀୟ ଥର ରେଳମନ୍ତ୍ରୀ କରାଇ ଥିବାରୁ ମୁଁ ପ୍ରଧାଦମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ନେତୃତ୍ୱରେ ରେଳବିଭାଗର ସୁବିଧା ଏବଂ ଅନ୍ୟ ସମସ୍ତ ଜିନିଷ ଉପରେ ଅନେକ ପରିବର୍ତ୍ତନ ହୋଇଛି’ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆମ ଶକ୍ତି ଏବଂ ସୁବିଧା ବଢାଇବା ଏବଂ ଇଂଫ୍ରାଷ୍ଟ୍ରକଚର ସମ୍ବନ୍ଧୀୟ କାର୍ଯ୍ୟକୁ ବଢାଇବାକୁ ହେବ । ଏହାସହିତ ଯାତ୍ରା ସମ୍ବନ୍ଧୀୟ ସମସ୍ୟାରେ ସୁଧାର ଆଣିବା ଏବଂ ମାଲ ପରିବହନ ବଢାଇବା କୋଣକୁ ଦୃଷ୍ଟିରେ ରଖି କାମ କରାଯିବ ।