ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହୋଲି ପୂର୍ବ ଦିନ ସନ୍ଧ୍ୟାରେ ହୋଲିକା ଦହନ ଉତ୍ସବ ପାଳନ କରାଯାଏ । ସେଥିପାଇଁ ଖୁବ୍ ଜୋର ସୋରରେ ପ୍ରସ୍ତୁତି ମଧ୍ୟ ହୋଇଥାଏ । ଇତି ମଧ୍ୟରେ ଚଳିତ ବର୍ଷ ହୋଲି ଦହନ ପାଇଁ ମୁମ୍ବାଇରେ ନିଆରା ପ୍ରସ୍ତୁତି ହୋଇଛି । ବର୍ଲି ଅଞ୍ଚଳରେ ଆଜି ସଂନ୍ଧ୍ୟାରେ ହେବାକୁ ଥିବା ହୋଲି ଦହନରେ ଜୈଶ-ଏ-ମୋହମ୍ମଦ ର ମୁଖିଆ ଆତଙ୍କି ମସୁଦ ଅଜହରର କୁଶ ପୁତଳା ଦାହ କରାଯିବ ।
Mumbai: 'Holika Dahan' effigy of Jaish-e-Mohammed's Masood Azhar and an effigy depicting PUBG, in Worli, ahead of #Holi . pic.twitter.com/UINHOchp9C
— ANI (@ANI) March 20, 2019
ହୋଲିର ଏହି ଖାସ୍ ଅବସରରେ ଖଳ ପ୍ରକୃତିର ବ୍ୟକ୍ତିଙ୍କ ଦହନ କରାଯିବ ବୋଲି ଲୋକେ କହିଛନ୍ତି । ସାରାଦେଶରେ ଏହି ଆତଙ୍କବାଦୀ ବିରୋଧରେ କ୍ରେଧ ଭରି ହୋଇ ରହିଛି । ଏହାବ୍ୟତିତ ହୋଲିକା ଦହନ ପାଇଁ ମୁମ୍ବାଇରେ ପବଜୀ ଗେମ୍ ର ପୁତଳା ମଧ୍ୟ ପ୍ରସ୍ତୁତ କରାଯାଇଛି । ଯାହାର ଦହନ ହୋଲିକା ସହିତ କରାଯିବ ।
ଖବରମୁତାବକ, ଫେବ୍ରୁଆର ୧୪ ରେ ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ମସୁଦ ଅଜହର ଦ୍ୱାରା ହମଲା କରାଯାଇଥିଲା । ଏଥିରେ ୪୯ ଯବାନ ସହୀଦ ହୋଇଥିଲେ । ଏହି ଘଟଣା ପରେ ସାରା ଦୁନିଆ ଆତଙ୍କବାଦୀ ବିରୋଧରେ ଭାରତ ସହିତ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା । ସେପଟେ ମସୁଦ ଅଜହରକ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ କରିବା ପାଇଁ ଭାରତ ଚେଷ୍ଟା ଚଳାଇଥିବା ବେଳେ ଚୀନ୍ ତାର ଭିଟୋ ପାୱାର ବ୍ୟବହାର କରି ମସୁଦକୁ ରକ୍ଷା କରିଛି ।