ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବେ ଆମେରିକାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅନୁପସ୍ଥିତିରେ ଅର୍ଥିବିଭାଗ ଦାୟିତ୍ୱ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଦିଆଯାଇଛି । ଶୁକ୍ରବାର ପିୟୁଷ ଗୋୟଲ କହିଛନ୍ତି କି , କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବେ ଆମେରିକାରେ ଚିକିତ୍ସିତ ହେଉଛନ୍ତି, ତାଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି ଏବଂ ତାଙ୍କ ଦୃତ ବେଗରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି । ମାତ୍ର ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନା କରାଯିବ, ସେଥିରେ ଅରୁଣ ଜେଟଲୀ ସାମିଲ ହୋଇପାରିବେ ନାହିଁ ।
ଖବରମୁତାବକ, ମଙ୍ଗଳବାର ନ୍ୟୁୟର୍କର ଏକ ହସ୍ପିଟାଲରେ ଅରୁଣ ଜେଟଲୀଙ୍କର ସର୍ଜରୀ ହୋଇଛି । ଏହାସହିତ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆରାମ କରିବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି । ଅର୍ଥମନ୍ତ୍ରୀ ଜାନୁଆରୀ ୧୩ରେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ଚଳିତ ସପ୍ତାହରେ ତାଙ୍କର ସପ୍ଟ ଟିସୁ କ୍ୟାନସର ପରୀକ୍ଷା କରାଯାଇଛି ।
ଅରୁଣ ଜେଟଲୀ ମେ ୧୪,୨୦୧୮ରୁ ଅଗଷ୍ଟ ୨୦୧୮ଭଳି ବିନା କୌଣସି ବିଭାଗର କେନ୍ଦ୍ରମନ୍ତ୍ରୀ ହୋଇ ରହିବେ । ଏହାପୂର୍ବରୁ ପିୟୁଷ ଗୋୟଲ ମଧ୍ୟ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଥିଲେ । ଏବେ ପିୟୁଷ ଗୋୟଲ ହିଁ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିବେ ।
କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିଷୟରେ ସରକାର କହିଥିଲେ କି ତାଙ୍କର ଆମେରିକାରେ ସଫ୍ଟ ଟିସୁ କ୍ୟାନସର ଅସ୍ତ୍ରପଚାର ହୋଇଛି । ଏହା ଦୁର୍ଭାଗ୍ୟ ଜନକ ଅପରେଶନ ।
ଅରୁଣ ଜେଟଲୀ ଜାନୁଆରୀ ୧୩, ୨୦୧୯ରୁ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଆମେରିକାରେ ଅଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଜାଣିବାକୁ ମିଳିଛି ଯେ ଫେବୃଆର ୨୦୧୯ ଦ୍ୱିତୀୟ ସପ୍ତାହ ମଧ୍ୟରେ ସେ ଭାରତ ଫେରିବେ ।