ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କଂଫ୍ରେସିଙ୍ଗ ଜରିଆରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ନୂତନ ଭାରତର ମୂଳରେ ବ୍ୟକ୍ତିଗତ ଆକାଂକ୍ଷା, ସାମୂହିକ ପ୍ରୟାସ ଏବଂ ରାଷ୍ଟ୍ରୀୟ ପ୍ରଗତି ପାଇଁ ସ୍ୱାମିତର ଭାବନା ରହିଛି । ନ୍ୟୁ ଇଣ୍ଡିଆ ସହଭାଗୀ ଲୋକତନ୍ତ୍ର, ନାଗରିକ କେନ୍ଦ୍ରୀତ ସରକାର ଏବଂ ସକ୍ରିୟ ନାଗରିକତାର । ଏବେ ଭାରତ ସେହି କ୍ଷେତ୍ରରେ ଉକ୍ରୃଷ୍ଟ ପ୍ରଦର୍ଶନ କରୁଛି । ସେ ତେଣିକି ଛୋଟିଆ ସହର ହେଉ ଅବା ଗାଁ ସେହି ସାହାସି ଯୁବଗଣଙ୍କ ବିଷୟରେ ଶୁଣୁଛି ଯାହା ବିଷୟରେ ଅଧିକାଂଶ ଲୋକ ଜାଣିନଥିବେ । ସେହି ଯୁବାଙ୍କ ପରିବାର କୌଣସି ପ୍ରତିଷ୍ଠିତ କିମ୍ବା ଧନୀ ନୁହେଁ । ସେମାନଙ୍କ ପାଖରେ ସମର୍ପଣ ଏବଂ ଆକାଂକ୍ଷା ରହିଛି । ସେ ତାଙ୍କର ଆକାଂକ୍ଷାର ଉକ୍ରୃଷ୍ଠତାରେ ପରିବର୍ତ୍ତନ କରି ଭାରତକୁ ଗୌରବାନିତ କରୁଛନ୍ତି । ଏହା ନୂତନ ଭାରତର ବିଚାରଧାରା । ଏହି ନୂତନ ଭାରତରେ ଯୁବଗୋଷ୍ଠୀର ସରନେମ ଉପରେ କୌଣସି ଫରକ ପଡୁ ନାହିଁ । ତାଙ୍କ କ୍ଷମତା ଉପରେ ନାଁ କରିବା ମାଇନା ରଖୁଛି । ଏହି ନୂତନ ଭାରତ ପ୍ରତ୍ୟେକ ଭାରତୀୟଙ୍କ ସ୍ୱର । ଏ ସେହି ଭାରତ ଯେଉଁଠି ଭ୍ରଷ୍ଟାଚାର ଏକ ବିକଳ୍ପ ନୁହେଁ , ସେ ଯେକୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି । ଏଠି ଯୋଗ୍ୟତା ହିଁ ଆଦର୍ଶ ।
ମୋଦି ଆହୁରୀ ମଧ୍ୟ କହିଛନ୍ତି କି, ଆପଣମାନେ ଏଭଳି ପରିବର୍ତ୍ତନ ଦେଖୁଛନ୍ତି ଯାହା ପୂର୍ବରୁ ଅସମ୍ଭବ ଲାଗୁଥିଲା । ହରିଆଣା ଭଳି ରାଜ୍ୟରୁ ଆଶା କରାଯାଉ ନଥିଲା କି ସରକାରୀ ଚାକିରୀ ଏତେ ପାରଦର୍ଶୀ ହେବ । କିନ୍ତୁ ଏବେ ଲୋକେ ପାରଦର୍ଶୀ ଚାକିରୀ ବିଷୟରେ ଆଲୋଚନା କରୁଛନ୍ତି । ଏହାସହିତ ଏବେ ରେଲୱେ ଷ୍ଟେସନରେ ଲୋକେ ମାଗଣା ୱାଇଫାଇ ବ୍ୟବହାର କରୁଛନ୍ତି । ଆପଣମାନେ କେବେ ଭାବିଥିଲେ କି ଏଭଳି ସୁବିଧା ହେବ ବୋଲି । ବାସ୍ ସେହି ସିଷ୍ଟମ । ସେହି ଲୋକ । ମାତ୍ର ଏବେ ବଡ ଧରଣର ପରିବର୍ତ୍ତନ ହୋଇଛି ।