ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଅଟଳ ଭୂଜଳ ଯୋଜନା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଯୋଜନା ଅନ୍ତର୍ଗତ ସାତୋଟି ରାଜ୍ୟର ୮୩୫୦ ଗାଁ କୁ ଲାଭାନ୍ୱିତ ହେବ । ଏହାବ୍ୟତିତ ମନାଲିକୁ ଲେହ ସହ ସଂଯୋଗ କରୁଥିବ ରୋହତାଙ୍ଗ ସୁଡଙ୍ଗର ନାଁ ଅଟଳ ସୁଡଙ୍ଗ ନାମରେ ନାମିତ କରାଯାଇଛି ।
ଏହି ଅବସରରେ ମୋଦି କହିଛନ୍ତି କି, ଏହାଦ୍ୱାରା ବାଜପେୟୀ ଜୀଙ୍କ ସ୍ୱପ୍ନ ପୁରା ହୋଇଛି । ଜଳ ବିଷୟ ପାଇଁ ଅଟଳ ଜୀ ଖୁବ୍ ଚିନ୍ତିତ ଥିଲେ । ଜଳ ସଙ୍କଟ ସମସ୍ତଙ୍କ ପାଇଁ ବଡ ଚିନ୍ତାର ବିଷୟ । ଏବେ ନ୍ୟୁ ଇଣ୍ଡିଆରେ ଜଳ ସଙ୍କଟକୁ ଦୂର କରିବାର ପ୍ରସ୍ତୁତ ଚାଲିଛି । ଏଥିପାଇଁ ଆମକୁ ପାଞ୍ଚଟି ସ୍ତରରେ ମିଳିତ ଭାବେ କାମ କରିବାକୁ ପଡିବ ।