ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋଭିଡ୧୯ ସ୍ଥିତିକୁ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ଭିଡିଓ କନଫରନେସିଙ୍ଗ ଜରିଆରେ ବୈଠକ ଶେଷ ହୋଇଛି । ପ୍ରକୃତରେ ଏହି ବୈଠକରେ କଣ ନିଷ୍ପତି ନିଆଯାଇଛି । ମେ ୩ ପରେ ଆଗକୁ ଲକ୍ ଡାଉନ୍ ଆହୁରୀ ବଢିବ କି ନାହିଁ । ସେନେଇ କୌଣସି ଖବର ପ୍ରକାଶିତ ହୋଇନାହିଁ ।
ଏହି ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ପିଏମଓ ଏବଂ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ଶୀର୍ଷ ଅଧିକାରୀ ସାମିଲ ହୋଇଥିଲେ । ଏହାସହିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ତୃତୀୟ ବୈଠକ ଥିଲା । ବୈଠକ ଶେଷ ହୋଇ ଯାଇଛି । ଏବେ ସମସ୍ତ ରାଜ୍ୟର ନିଷ୍ପତିକୁ ଅପେକ୍ଷା ରହିଛି ।