ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ମୁକାବିଲା ଲାଗି ଅଣ୍ଟା ଭିଡିଛି କେନ୍ଦ୍ର ଓ ରାଜ୍ୟ ସରକାର । ଏହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରନେସିଙ୍ଗ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଇତିମଧ୍ୟରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି କି ଆଉ ମାସେ ଯାଏଁ ଲକ୍ ଡାଉନ୍ କୁ ବୃଦ୍ଧି କରାଯାଉ ।
ସେ କହିଛନ୍ତି କରୋନା ଭାଇରସ ସାରା ବିଶ୍ୱ ପାଇଁ ବିପଦ । କରୋନା ସ୍ଥିତି ଅଣାୟତ ଥିବା ହେତୁ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ କରାଯାଇଛି । ପ୍ରତ୍ୟେକ ଦିନ ନୂତନ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହା ଥମିବାର ନାଁ ଧରୁନି । ଏହାକୁ ରୋକିବାକୁ ହେଲେ ଲକ୍ ଡାଉନ୍ କୁ ବଢାଇବା ଉଚିତ୍ । ଏହାସହିତ ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କର ସେଠାରେ ହିଁ ରକ୍ତ ନମୁନା ପରୀକ୍ଷା କରି ସେମାନଙ୍କୁ ରାଜ୍ୟକୁ ଆଣିବା ଭଲ ହେବ ବୋଲି ସେ କହିଛନ୍ତି ।