ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡର ସୁପରଷ୍ଟାର ଏବଂ ଦିଗଜ୍ କଳାକାରଙ୍କ ସହିତ ଏକ ବୈଠକ କରିଥିଲେ । ଏହି ବୈଠକ ପରେ ଜାଣିବାକୁ ମିଳିଥିଲା ଇଣ୍ଡଷ୍ଟ୍ରିରେ ଆହୁରୀ ଅନେକ କାମ କରାଯିବ । ମାତ୍ର ଏବେ ଶୁଣିବାକୁ ମିଳୁଛି କି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ସିନେମା ହଲକୁ ନେଇ ଅଧିକ ଧ୍ୟାନ ଦେଉଛନ୍ତି । ଏହାସହିତ ଯେପରି ସିନେମା ହଲ୍ ର ସଂଖ୍ୟା ବଢିବ ସେନେଇ ପ୍ରସ୍ତୁତ ଚଳାଇଛନ୍ତି । ଏନେଇ ପ୍ରଯୋଜକ ମହାବୀର ଜୈନ୍ ସୂଚନା ଦେଇଛନ୍ତି । ଦେଶର ଜନସଂଖ୍ୟାକୁ ଦେଖିଲେ ସିନେମା ହଲ୍ ବହୁତ କମ୍ ରହିଛି । ଯାହାକୁ ନେଇ ଏବେ ବିଚାର ଚାଲିଛି ।
ମହାବୀର ଜୈନ୍ କହିଛନ୍ତି କି, ‘ ଏଥରକ ମୋଦିଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଇଣ୍ଡଷ୍ଟ୍ରି ଉପରେ ରହିଛି ଏବଂ ଏହା ଉପରେ କାମ କରିବାକୁ ଯାଉଛନ୍ତି । ସେ ଏଥରକ ବି ବଲିଉଡର ଶକ୍ତିକୁ ବଢାଇବାକୁ ଚାହୁଁଛନ୍ତି ।’
ଯଦି ଆମେ ଚାଇନା କଥା କହିବା ତେବେ ଆମ ଦେଶରୁ ଅଧିକାଂଶ ସିନେମା ହଲ ଚାଇନାରେ ରହିଛି । ଚାଇନାର ପ୍ରତ୍ୟେକ ଗଳି କନ୍ଦିରେ ଅଡିଟୋରିୟମ ରହିଛି, ଯେଉଁଠି ଏକକାଳୀନ ୧୦୦ ରୁ ୨୦୦ ଲୋକ ଏକାଠି ବସି ଫିଲ୍ମ ଦେଖି ପାରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ଟାର୍ଗେଟ କମ୍ ସ୍ଥାନକୁ ନେଇ ରହିଛି । ଯେଉଁଠି ଖୁବ୍ ସହଜରେ ସିନେମା ହଲ୍ ର ସୁବିଧା ମିଳି ପାରିବ ।