ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁରା ଦେଶକୁ କଲବଲ କରୁଛି କରୋନା । ଏନେଇ ମୋଦି ସରକାର ସମ୍ପୂର୍ଣ୍ଣ ଦେଶକୁ ତାଲା ବନ୍ଦ ଘୋଷଣା କରିଛନ୍ତି । ସେହିପରି ଆଜିଠୁ ଆରମ୍ଭ ହେଉଛି ଚୈତ୍ର ନବରାତ୍ରି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଖାସ୍ ସନ୍ଦେଶ ଦେଇଛନ୍ତି । ମୋଦି କହିଛନ୍ତି କରୋନା ପାଇଁ ଲଢେଇ କରୁଥିବା ବ୍ୟକ୍ତିଙ୍କର ସୁସ୍ଥ ଶରୀର ପାଇଁ ନବରାତ୍ରି ଅବସରରେ ପ୍ରର୍ଥନା କରିବେ ।
ବୁଧବାର ମୋଦି ଟ୍ୱିଟ୍ କରି କହିଛନ୍ତି, ଆଜିଠୁ ନବରାତ୍ରି ଆରମ୍ଭ ହେଉଛି । ବର୍ଷ ଯାକ ମୁଁ ମା’ଙ୍କ ଆରଧନା କରି ଆସୁଛି । ଏଥର ବି ୯ ଦିନ ଯାକ ବ୍ରତ ରଖିବି । ଏଥରକ ସାଧନା ରେ ମୁଁ ମାନବତା ର ଉପାସନା କରୁଥିବା ସମସ୍ତ ନର୍ସ, ଡାକ୍ତର , ମେଡିକାଲ ଷ୍ଟାଫ, ପୁଲିସକର୍ମୀ ଏବଂ ଗଣମାଧ୍ୟମକର୍ମୀ ଯେଉଁମାନେ କରୋନା ବିପକ୍ଷ ଲଢେଇରେ ଯୋଡି ହୋଇଛନ୍ତି । ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ , ସୁରକ୍ଷା ଏବଂ ସିଦ୍ଧିକୁ ସମର୍ପିତ କରୁଛି ।
आज से नवरात्रि शुरू हो रही है। वर्षों से मैं मां की आराधना करता आ रहा हूं। इस बार की साधना मैं मानवता की उपासना करने वाले सभी नर्स, डॉक्टर, मेडिकल स्टाफ, पुलिसकर्मी और मीडियाकर्मी, जो कोरोना के खिलाफ लड़ाई में जुटे हैं, के उत्तम स्वास्थ्य, सुरक्षा एवं सिद्धि को समर्पित करता हूं।
— Narendra Modi (@narendramodi) March 25, 2020
ଏହାପୂର୍ବରୁ ମୋଦି କହିଛନ୍ତି କି, ଆଜି ଦେଶର ଅଲଗା ଅଲଗା ସ୍ଥାନରେ ଆମେ ଅନେକ ଉତ୍ସବ ପାଳନ କରୁଛୁ । ପାରମ୍ପରିକ କ୍ୟାଲେଣ୍ଡର ଅନୁସାରେ ଆଜିଠାରୁ ନବବର୍ଷ ର ବି ଆରମ୍ଭ ହେଉଛି । ମୁଁ ସମସ୍ତ ଦେଶବାସୀଙ୍କୁ ଉଗାଦି, ଗୁଡି ପର୍ବ, ନବରେହ ଏବଂ ସଜିବୁ , ଚେଇରାଓବାର ଶୁଭେଚ୍ଛା ଜଣାଉଛି । ଆମେ ଏହି ପର୍ବଗୁଡିକ ଏଭଳି ସମୟରେ ପାଳନ କରୁଛି ଯେଉଁ ସମୟରେ ଦେଶ କୋଭିଡ୧୯ ମହାମାରୀକୁ ଲଢୁଛି । ମାତ୍ର ପୂର୍ବଭଳି ଏହି ପର୍ବକୁ ଆମେ ଧୁମ୍ ଧାମ୍ ରେ ପାଳନ କରିପାରିବା ନାହିଁ, କିନ୍ତୁ ତାପରେ ବି ଏହି ପର୍ବ ଆମକୁ ଆହୁରି ଶକ୍ତି ଦେବ, ଯାହାଦ୍ୱାରା ଆମେ ଏହି ପରିସ୍ଥିତିରୁ ବାହାରକୁ ବାହାରିବା ପାଇଁ ସଫଳ ହେବା । ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି କି ଆମେ ସମସ୍ତେ ମିଳିମିଶି କୋଭିଡ୧୯କୁ ଲଢିବା