ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗଛ ଡାଳରେ ଚଢିଥିବା ଏକ ସିଂହର ଫଟୋ ନିକଟରେ ଗୁଜୁରାଟର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିଲା । ଫଟୋଟି ସୋସିଆଲ ମିଡିଆରେ ସେୟାର ହେବା ପରେ ଫଟୋଟିକୁ ରିଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ମୋଦିଙ୍କ ଏହି ପୋଷ୍ଟଟି ଖୁବ୍ ଭାଇରାଲ ହେବାରେ ଲାଗିଛି । ନରେନ୍ଦ୍ର ମୋଦି ଫଟୋଟିକୁ ରିଟ୍ୱିଟ୍ କରି ଲେଖିଛନ୍ତି ଯେ majestic Gir Lion….Lovely Picture!
Majestic Gir Lion….Lovely picture! https://t.co/jl5zdxW9PV
— Narendra Modi (@narendramodi) March 11, 2019
ଏହି ଫଟୋଟିକୁ ଜୁନାଗଢ ର ଉପ ବନ ସଂରକ୍ଷକ ଡାଃ ସୁନୀଲ କୁମାର ବେରବାଲାଙ୍କ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ବିଟ୍ ଗାର୍ଡ ଦୀପକ ବାଘେର ଏହି ଫଟୋଟିକୁ ଉଠାଇଥିଲେ । ଦୀପକ ବାଘେରଙ୍କ କହିବାନୁଯାୟୀ ସେ ନିୟମିତ ଗସ୍ତରେ ଥିଲେ । ମାର୍ଚ୍ଚ ୫ ତାରିଖ ପାଖାପାଖି ୫ ଟା ବେଳେ ସିଂହଟି ଗଛ ଉପରେ ଚଢିଗଲା । ଯେମିତି ଲାଗୁଥିଲା ସେ ସିଂହଟି କୌଣସି ଫଟୋ ପୋଜ୍ ଦେଉଛି । ଏହି ଦୃଶ୍ୟ ଦେଖି ଦୀପକ ତୁରନ୍ତ ତାଙ୍କ ପକେଟରୁ ଫୋନ୍ ଟି କାଢି ଫଟୋ ଉଠାଇଥିଲେ । ଦୃଶ୍ୟଟି ବାସ୍ତବରେ ଦୀପକଙ୍କ ପାଇଁ ଏକ ସ୍ମୃତି ହୋଇ ରହି ଯାଇଛି ।
ବନ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ସାଧାରଣତଃ ସିଂହ କେବେ ବି ଗଛରେ ଚଢେ ନାହିଁ । କିନ୍ତୁ ଜଙ୍ଗଲରେ ପାଟ୍ରୋଲିଙ୍ଗ ସମୟରେ ଏଭଳି ଦୁର୍ଲଭ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ ତୁରନ୍ତ କ୍ୟାମେରାରେ କଏଦ କରାଯାଇଥିଲା । ତାଙ୍କ କହିବାନୁଯାୟୀ ଜଣେ ଗୁଜୁରାତୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ଦୁର୍ଲଭ ସହ ଦେଖିବା ସହ ରିଟ୍ୱିଟ୍ କରିଛନ୍ତି ।