ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସଂସଦରେ ପ୍ରତାପ ଷଡଙ୍ଗୀଙ୍କ ଭାଷଣକୁ ନେଇ ପ୍ରଶଂସାରେ ପୋତି ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ପ୍ରତାପଙ୍କ ପରେ ମୁଁ ଅଭିଭାଷଣ ଦେଇଥିଲେ ମଧ୍ୟ ଚଳିଥାନ୍ତା । ସୂଚନାଯୋଗ୍ୟ ଗତକାଲି ସଂସଦରେ ଧନ୍ୟବାଦ ପ୍ରସ୍ତାବ ଆଣିଥିଲେ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ପ୍ରତାପ ଦେଇଥିବା ଧନ୍ୟବାଦ ଭାଷଣକୁ ନେଇ ଆଜି ପ୍ରଧାନମନ୍ତ୍ରୀ ମୋଦି ଆଜି ପ୍ରତିକ୍ରିୟା ଦେଇଛନ୍ତି । ନିଜ ପ୍ରିତିକ୍ରିୟାରେ ସେ କହିଥିଲେ ଯେତେ ବେଳେ ଚର୍ଚ୍ଚା ଆରମ୍ଭ ହେଲା ସଂସଦକୁ ପ୍ରଥମ ଥର ପାଇଁ ଆସିଥିବା ପ୍ରତାପ ଷଡଙ୍ଗୀ ଯେଉଁଭଳି ଭାବେ ପ୍ରସ୍ତୁତି କରି ଆସିଥିଲେ ଏବଂ ଯେଉଁ ଅଭିଭାଷଣ ଦେଇଥିଲେ ହୁଏତ ତାଙ୍କ ପରେ ମୁଁ ନ କହିଥିଲେ ମଧ୍ୟ ହୋଇଥାନ୍ତା ।
ସୂଚନାଯୋଗ୍ୟ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଆଣିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଅବସରରେ ପ୍ରତାପ ଷଡଙ୍ଗୀ ୫ ଟି ଭାଷାରେ ଧନ୍ୟବାଦ ଦେଇଛନ୍ତି । ସଂସଦରେ ହୋଇଥିବା ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଐତିହାସିକ ଭାଷଣ ବୋଲି କହିଥିଲେ ପ୍ରତାପ ଷଡଙ୍ଗୀ । ଲୋକସଭାରେ ହିନ୍ଦୀ ଓ ଓଡିଆ ସମେତ ଇଂରାଜୀ, ସଂସ୍କୃତ ଓ ବଙ୍ଗଳା ଆଦି ୫ ଟି ଭାଷାରେ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରତାପ ଷଡଙ୍ଗୀ ରାଷ୍ଟ୍ରପତିଙ୍କ ଭାଷଣକୁ ଐତିହାସିକ କହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।
ସେ ନିଜ ବକ୍ତବ୍ୟରେ କହିଥିଲେ ଆମ ପ୍ରଧାନମନ୍ତ୍ରୀ ଗୋଟିଏ ସାଧାରଣ ପରିବାରରୁ ଆସିଛନ୍ତି । ଜଣେ ଚା ବାଲା ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତିୠତ ପାଞ୍ଚ ବର୍ଷରେ ସରକାରରେ ଦୂର୍ନୀତିର ଛିଟା ଲାଗି ନାହିଁ । ପ୍ରଧାନମନ୍ତ୍ରୀ ଦେଶକୁ ନୂଆସ୍ତରକୁ ନେଇ ପାରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ମୁଁ ଦେଶର ପ୍ରଧାନ ସେବକ। ନିଜ କଥାକୁ ପ୍ରଧାନମନ୍ତ୍ରୀ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ ଲୋକଙ୍କ ବିଶ୍ୱାସ ଭାଙ୍ଗିଥିଲେ ସେମାନେ ଆଜି ମୋଦିିଙ୍କୁ ସହି ପାରୁ ନାହାନ୍ତି ।ଭଲ କାର୍ୟ୍ୟକୁ ବିରୋଧୀ ପ୍ରଶଂସା କରିବା ପାଇଁ ବିରୋଧୀ ମନସ୍ଥ କରିବା ଉଚିତ ବୋଲି କହିଛନ୍ତି ।