ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆଜି କଂଗେସର ଲୋକସଭା ସାଂସଦକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ମାତ୍ର ରାହୁଲ ଗାନ୍ଧୀ ପାର୍ଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ବୋଲି ଚାହୁଁଛନ୍ତି । ସେପଟେ ରାହୁଲ ଗାନ୍ଧୀ ତାଙ୍କ ଇସ୍ତଫାକୁ ଫେରାଇ ନିଅନ୍ତୁ ବୋଲି କଂଗେସର ୫୧ ସାଂସଦ ଦାବି କରିଛନ୍ତି ।
ଅନ୍ୟପଟେ ରାହୁଲ ଗାନ୍ଧୀଙ୍କୁ ବୁଝାଇବା ସହ କଂଗ୍ରେସ ସାଂସଦ ଶଶୀ ଥରୁର ଏବଂ ମନୀଷ ତିୱାରୀ କହିଛନ୍ତି କି ହାରିବା ପାଇଁ କେବଳ ଆପଣ ଦାୟୀ ନୁହଁନ୍ତି ବରଂ ସେଥିପାଇଁ ସାମୁହିକ ଦାୟୀ । ମାତ୍ର ନିର୍ବାଚନରେ କଂଗ୍ରେସର ଏହି ହାର୍ ପାଇଁ ରାହୁଲ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଚାହୁଁଛନ୍ତି ।
ଖବରମୁତାବକ, ନିକଟରେ ସମ୍ପର୍ଣ୍ଣ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ କେବଳ ୫୨ ଟି ସିଟ୍ ହାସଲ କରିଥିଲା । ନିର୍ବଚନରେ କଂଗ୍ରେସ ଏହି ହାର୍ ପାଇଁ ସେବେଠାରୁ ରାହୁଲ ଗାନ୍ଧୀ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଅଡି ବସିଛନ୍ତି ।