ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମରୋହାର ନିର୍ବାଚନ ସଭାକୁ ସମ୍ବୋନ୍ଧିତ କରିବାକୁ ଯାଇ ବିପକ୍ଷ ଦଳ ଉପରେ ହମଲା କରିଛନ୍ତି । ସେ ରାଷ୍ଟ୍ରୀୟ ପ୍ରସଙ୍ଗଠାରୁ ଆରମ୍ଭ କରି ଅମରୋହାର ସ୍ଥାନୀୟ ପ୍ରସଙ୍ଗକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି ଯେତେବେଳେ ଆଜି ଦେଶର ସେନା ଆତଙ୍କବାଦୀଙ୍କୁ କଡା ଜବାବ ଦେଉଛନ୍ତି । ତେବେ କାହିଁକି କେଜାଣି ଦେଶର କିଛି ଲୋକଙ୍କୁ କାନ୍ଦ ଲାଗୁଛି । ଆଜ୍ଞା ହଁ ଆଜି ଯେତେବେଳେ ପାକିସ୍ତାନର ପର୍ଦ୍ଦାଫାସ୍ ହେଉଛି ତେବେ ଭାରତର କିଛି ଲୋକ ପାକିସ୍ତାନ ପକ୍ଷ ନେଇ କଥା କହୁଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି କି, ଆପଣ ମୋତେ ପାଞ୍ଚ ବର୍ଷ ଶାସନ ଗାଦିରେ ଦେଖିଲେ । ମୋ ଉପରେ ବିରୋଧୀ ଦଳ ଯେଉଁ ଦୋଷ ଲଗାଇଲେ ତାକୁ ବି ଶୁଣିଲେ । ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି କି ଆମର ଚୌକୀଦାର ନୀତି ଆପଣଙ୍କୁ ପସନ୍ଦ ଅଛି କି? ଆତଙ୍କି ହମଲା ପରେ ମୋତେ ଚୁପ୍ ହୋଇ ରହିବାର ଥିଲା ନା ତାଙ୍କ ଉପରେ ପାଲଟା ହମଲା କରିବାର ଥିଲା । ଆତଙ୍କବାଦୀଙ୍କୁ ତାଙ୍କର ହିଁ ଭାଷାରେ ଜବାବ ଦେବାକୁ ନେଇ ଆମ ଦେଶର କିଛି ଲୋକଙ୍କୁ ଅସୁବିଧା ହେଉଛି । ଯେତେବେଳେ ଭାରତ ଡଙ୍କୀ ଚୋଟରେ ଶତୃ ଉପରକୁ ଆକ୍ରମଣ କରୁଛି ସେତେବେଳେ ଭାରତର କିଛି ଲୋକଙ୍କୁ କାନ୍ଦ ଲାଗୁଛି ।
ଆତଙ୍କବାଦୀଙ୍କୁ ନେଇ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନସମାଜବାଦୀ ପାର୍ଟି ଙ୍କ ନରମ ସ୍ୱଭାବ ହିଁ ମୋଦିଙ୍କ ନିଷ୍ପତିକୁ ଦୃଢ କରୁଛି । ଯେତେବେଳେ ଯୁପି ରେ ସମାଜବାଦୀ ପାର୍ଟି ଏବଂ ବହୁଜନସମାଜବାଦୀ ପାର୍ଟି ଥିଲେ ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଥିଲେ, ସେହି ସମୟରେ ଲକ୍ଷେ୍ନøରେ ଧମାକା ହେଉଥିଲା, ରାମଳୀଳା ମଇଦାନରେ ଧମାକା ହେଉଥିଲା, ଭେଳାନାଥ ନଗରୀରେ ବି ଧମାକା ହେଉଥିଲା । କିନ୍ତୁ ଗତ ପାଞ୍ଚ ବର୍ଷ ମଧ୍ୟରେ ଧମାକା ହେବା ବି ଥମିଯାଇଛି ଏବଂ ବନ୍ଧୁକରୁ ଗୁଳି ଫୁଟିବା ବି ବନ୍ଦ ହୋଇଯାଇଛି । ଏହା ଏଥି ଯୋଗୁଁ ସମ୍ଭବ ହୋଇପାରିଛି କାରଣ ଦିଲ୍ଲୀରେ ଚୌକିଦାର ବିସିଛି । ଆତଙ୍କବାଦୀ ଜାଣିଛନ୍ତି କି ଯଦି ଭାରତ ଉପରେ ସେମାନେ ହମଲା କରନ୍ତି ତେବେ ମୋଦି ତାଙ୍କ ଉପରେ ପାଲଟା ବାର୍ କରିବେ ।