ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟାକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେବେ ।
ରାଜ୍ୟ ସରକାରଙ୍କ ପ୍ରବକ୍ତା କହିଛନ୍ତି କି, ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଶନିବାର ୧୧ ଟା ବେଳେ ୱେବକାଷ୍ଟ (www.pmindiawebcast.nic.in) କରାଯିବ । ଏହି ଅଭିଯାନ ପାଇଁ ୧୨୫ ଦିନର ଅବଧି ରହିଛି ।
ଏହାକୁ ଦେଶର ସେହି ୧୧୬ ଜିଲ୍ଲାରେ ସଂଚାଳିତ କରାଯିବ, ଯେଉଁଠାରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୨୫ ହଜାରରୁ ଅଧିକ ରହିଛି । ଅଭିଯାନରେ ରୋଜଗାର ଏବଂ ଅବସ୍ଥାପନା ଅପୁଯାୟୀ ୨୫ ପ୍ରକାରର କାମ କରାଯିବ । ଏଥିରେ ୫୦ ହଜାର କୋଟି ଟଙ୍କା ବ୍ୟୟ କରାଯିବ ।
ଗରିବ କଲ୍ୟାଣ ଅଭିଯାନ ଅନୁଯାୟୀ ପ୍ରଥମେ ଉତ୍ତରପ୍ରଦେଶର ୩୧ ଜିଲ୍ଲାକୁ ଚୟନ କରାଯାଇଛି ।