ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନରେ ନିଜର ଗଠବନ୍ଧନ ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇତିମଧ୍ୟରେ ସେ ବିହାରର ଦରଭଙ୍ଗାରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି କି, ପ୍ରଥମ ସରକାରଙ୍କ ମନ୍ତ୍ର ଥିଲା ପଇସା ହଜମ, ପରିଯୋଜନା ଶେଷ । ଏହାହିତ ସେ ମତଦାତାଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ସାବଧାନତା ରହିବା ପାଇଁ ଅପିଲ କରିଛନ୍ତି ।
ମତଦାତାଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି କି, ବଜେପି ଏବଂଏନଡିଏ ର ପରିଚୟ ହେଉଛି ସେ ଯାହା କୁହନ୍ତି ତାହା କରିକି ଦେଖାନ୍ତି । ଦେଶରେ ପ୍ରଥମ ଥର ଏଭଳି ହୋଇଛି କି ଯେତେବେଳେ ମାନିଫେଷ୍ଟକୁ ଉଠାଇ ଆକଳନ କରାଯାଉଛି କି ଆଗକୁ କେଉଁ ପଦକ୍ଷେପ ସରକାର ଉଠାଇବେ । ଗତ ୧୫ ବର୍ଷରେ ବିହାର ନୀତିଶ ଜୀଙ୍କ ନେତୃତ୍ୱରେ ଆଗକୁ ବଢିଛି । ଅଯୋଧ୍ୟାରେ ି ଆଜି ଏଠାକାର ନଜର ରହିଥିବ । ଦୀର୍ଘ ଦିନର ତପସ୍ୟା ପରେ ଶେଷରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ନିର୍ମାଣ ଆରମ୍ଭ ହୋଇଛି ।
ଆମେ କହିଥିଲୁ କି ପ୍ରତ୍ୟେକ କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ସହାୟତା ପଠାଯିବ । ଆଜି ପାଖାପାଖି ଏକ ଲକ୍ଷ କୋଟି ଟଙ୍କାର ସିଧା ସହାୟତା କୃଷକଙ୍କ ଖାତାରେ ଜମା କରା ଯାଇ ସରିଛି । ସେହିପରି ଆମେ କହିଥିଲୁ କି ପ୍ରତ୍ୟେକ ଗରିବ ମା-ଭଉଣୀଙ୍କୁ ରନ୍ଧନ ଗ୍ୟାସ ମାଗଣାରେ କନେକ୍ସନ କରିବୁ । ଆଜି ଉଜ୍ୱଳା ଯୋଜନା ବିହାରର ପାଖାପାଖି ୯୦ ଲକ୍ଷ ମହିଳାଙ୍କୁ କାଠ ଧୂଆଁରୁ ମୁକ୍ତ କରିଛି ।