ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଗ୍ରହଣ କରିଥିବା ୪୯ ଜଣ ପିଲାଙ୍କୁ ଆଜି ନୂଆଦିଲ୍ଲୀରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ମୋଦି କହିଛନ୍ତି କି, ଆପଣଙ୍କ କାମ ରୁ ମୋତେ ବି ପ୍ରେରଣା ମିଳୁଛି । ଏହାକୁ ମୁଁ ମୋ ସୋସିଆଲ ମିଡିଆରେ ସେୟାର କରିବି । ଯେତେବେଳେ ତୁମ ମାନଙ୍କର ପରିଚୟ ଦିଆଯାଉଥିଲା ସେତେବେଳେ ମୁଁ ସତରେ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଏତେ କମ୍ ବୟସରେ ଯେଉଁଭଳି ଭାବେ ଭିନ୍ନ ଭିନ୍ନ କ୍ଷେତ୍ରରେ ତୁମେମାନେ ଯେଉଁ କାମ ଏବଂ ପ୍ରୟାସ କରିଛ, ତାହା ଅଦଭୂତ ଅଟେ । ଏହାପରେ ନିହାତି ରୂପେ ତୁମମାନଙ୍କୁ ଆହୁରି କିଛି କରିବାକୁ ଇଚ୍ଛା ପ୍ରକାଶ ହେବ । ଏହା ଜୀବନର ଏକ ପ୍ରକାର ଶୁଭାରମ୍ଭ ।
ମୁଁ ଲାଲ କିଲା ରେ କହିଥିଲି କି, କର୍ତ୍ତବ୍ୟ ଉପରେ ବଳ । ଅଧିକତମ ଭାବେ ଆମେ ଅଧିକାର ଉପରେ ବଳ ବା ସାହାସ ଦେଇଥାଉ । ଆପଣ ଆପଣଙ୍କ ସମାଜ ପ୍ରତି, ରାଷ୍ଟ୍ର ପ୍ରତି ନିଜର ଡ୍ୟୁଟି ପାଇଁ ଯେଉଁଭଳି ଭାବେ ଉିତ୍ସାହି, ଏହାକୁ ଦେଖି ଗର୍ବ ଅନୁଭବ ହେଉଛି । ଆପଣମାନେ ମାନେ ସମସ୍ତେ ବୟସରେ କମ୍ , କିନ୍ତୁ ଯେଉଁଭଳି ଭାବେ କାମ କରିଛନ୍ତି ତାହାକୁ କରିବା ତ ଦୂରର କଥା ବଡ ବଡ ଲୋକ ଏ ବିଷୟରେ ଭାବିବା ଦ୍ୱାରା ବି ସେମାନଙ୍କୁ କାଠିକର୍ ପାଟ୍ ହୋଇଯିବ ।