ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆର୍ନ୍ତଜାତୀୟ ବାଘ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଖିଳ ଭାରତୀୟ ବାଘ ଅନୁମାନ ରିପୋର୍ଟ ୨୦୧୮ ଜାରିକରିଛନ୍ତି ଏବଂ କହିଛନ୍ତି ୩୦୦୦ ବାଘ ସଂଖ୍ୟା ସହିତ ଭାରତ ଏଥିପାଇଁ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ମଧ୍ୟରୁ ଗୋଟେ ସ୍ଥାନ । ସେ କହିଛନ୍ତି କି ସେଣ୍ଟ ପିଟର୍ସବର୍ଗ ରେ ବାଘର ସଂଖ୍ୟା ୨୦୨୨ ପର୍ଯ୍ୟନ୍ତ ଦୁଇଗୁଣା କରିବାର ଲକ୍ଷ୍ୟ ପ୍ରସ୍ତୁତ କରାଯାଇଥିଲା, ଆମେ ଚାରି ବର୍ଷ ପୂର୍ବରୁ ହିଁ ଏହି ଲକ୍ଷ୍ୟ ହାସଲ କରି ସାରିଛୁ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ବାଘମାନଙ୍କ ହ୍ରାସ ହେବାର ସଂଖ୍ୟା ହିଁ ଚିନ୍ତାର ବିଷୟ ଥିଲା । ଏବେ ଦେଶରେ ବାଘଙ୍କ ସଂଖ୍ୟା ପାଖାପାଖି ୩ ହଜାର । ଅନେକ ଦେଶରେ ବାଘକୁ ଆସ୍ଥାର ପ୍ରତୀକ ବୋଲି କୁହାଯାଇଥାଏ । ବାଘଙ୍କ ପାଇଁ ଭାରତ ଏକ ସୁରକ୍ଷିତ ସ୍ଥାନ । ଯଦି ବାଘ ବଢିବେ ତେବେ ପର୍ଯ୍ୟଟକଙ୍କ ସଂଖ୍ୟା ବି ବଢିବ । ଯେଉଁ କାହାଣୀ ‘ଏକ ଥା ଟାଇଗର’ ଠାରୁ ଆରମ୍ଭ ହୋଇ ‘ଟାଇଗର ଜିନ୍ଦା ହୈ’ ପର୍ଯ୍ୟନ୍ତ ପହଁଚିଛି, ତାହା ଏଠାରେ ଶେଷ ହେବା ଉଚିତ୍ ନୁହେଁ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଜାରି କରାଯାଇଥିବା ଅଖିଳ ଭାରତୀୟ ବାଘ ଅନୁମାନ ରିପୋର୍ଟରେ କୁହାଯାଇଛି କି ଏବେ ଦେଶରେ ହାରାହାରି ୨୯୬୭ ବାଘ ଅଛନ୍ତି ।
୨୦୧୪ ମସିହା ମୁକାବିଲା ଅନୁଯାୟୀ ଦେଶରେ ୭୪୧ ବାଘଙ୍କ ସଂଖ୍ୟା ବଢିଛି । ୨୦୦୬ ରେ ଭାରତରେ ୧୪୧୧ ବାଘ ଥିଲେ, ୨୦୧୦ ରେ ୧୭୦୬,୨୦୧୪ ରେ ୨୨୨୬ ବାଘ ଥିଲେ ଏବଂ ୨୦୧୮ ରେ ୨୯୬୭ ବାଘ ଦେଶରେ ଅଛନ୍ତି ।