ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୧୯୭୧ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ, ଭାରତକୁ ବିଜୟ କରାଇଥିବା ଯବାନଙ୍କୁ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା ଜଣାଇଛନ୍ତି । ମୋଦି କହିଛନ୍ତି, ‘ବିଜୟ ଦିବସ ଅବସରରେ ଭାରତୀୟ ସେନାଙ୍କ ସାହସ, ଧର୍ଯ୍ୟ ଏବଂ ପରାକ୍ରମକୁ ମୁଁ ପ୍ରଣାମ ଜଣାଉଛି । ’ଯବାନମାନେ ଯେଉଁ ଇତିହାସ ରଚିଛନ୍ତି, ତାହା ସବୁଦିନ ପାଇଁ ସ୍ୱର୍ଣ୍ଣ ଅକ୍ଷରରେ ଅଙ୍କିତ ହୋଇ ରହିବ । ୧୯୭୧ ମସିହା ଆଜିର ଦିନରେ ଭାରତୀୟ ସେନାଙ୍କ ପାଖରେ ପାକିସ୍ତାନର ୯୦ ହଜାର ସୈନିକ ଆତ୍ମସମର୍ପଣ କରିଥିଲେ । ଏହାସହିତ ଯୁଦ୍ଧର ଅନ୍ତ ଘଟିଥିଲା ।
ସେହିପରି ରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି,ବିଜୟ ଦିବସ ଅବସରରେ ସଶସ୍ତ୍ର ବଳଙ୍କ ଅଦମ୍ୟ ସାହାସ ଏବଂ ବୀରତ୍ୱକୁ ରାଷ୍ଟ୍ର ସଲାମ କରୁଛି । ଆମେ ଅମ ସଶସ୍ତ୍ର ବଳ ଉପରେ ଗର୍ବିତ, ଯେଉଁମାନେ ପ୍ରତ୍ୟେକ ସ୍ଥିତିରେ ଆମ ଦେଶକୁ ରକ୍ଷା କରିଛନ୍ତି । ଆମେ ସେମାନଙ୍କର ବଳିଦାନ ଏବଂ ସେବାକୁ କଦାପି ଭୁଲିବୁ ନାହିଁ ।