ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳିର ମନ୍ତ୍ରୀ ମଣ୍ଡଳକୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହିଛି । ଏହି ପାଳିରେ ବିଜେପିର ବହୁ ବରିଷ୍ଠ ନେତା ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇନଥିବା ବେଳେ କିଛି ନୂଆ ଚେହେରାଙ୍କୁ ମିଳିଛି ବିଭିନ୍ନ ଗୁରୁତ୍ୱଣ୍ଣର୍୍ ବିଭାଗ । ଅର୍ଥ ବିଭାଗ ଠାରୁ ଆରମ୍ଭ କରି ବୈଦେଶିକ, ଗୃହ ବିଭାଗରେ ମଧ୍ୟ ଏଥର ପରିବର୍ତ୍ତନ ଦେଖିବାକୁ ମିଳିଛି । ପୂର୍ବ ଇତିହାସକୁ ଯଦି ଆମେ ନଜର ପକାଇବା ସବୁଠାରୁ ଅଧିକ ହେବିୱେଟ ନେତା ଉତ୍ତର ପ୍ରଦେଶରୁ ହିଁ ଆସିଛନ୍ତି । କେନ୍ଦ୍ରରେ ସବୁବେଳେ ଉତ୍ତରପ୍ରଦେଶର ଦବଦବା ରହି ଆସିଛି ।
ଉତ୍ତରପ୍ରଦେଶରେ କଂଗ୍ରେସ ଓ ବିଜେପିର ବହୁ ହେବିୱେଟ ଉତ୍ତରପ୍ରଦେଶର ବିଭିନ୍ନ ଲୋକସଭା ଆସନରୁ ନିର୍ବାଚନ ଲଢିଥାନ୍ତି । ଏଥର ବି ସମାନ କଥା ଦେଖିବାକୁ ମିଳିଥିଲା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୟୁପିର ରାୟବରେଲିରୁ ପ୍ରାର୍ଥୀ ହୋଇଥିଲେ । ବିଜେପି ନେତ୍ରୀ ସ୍ମୃତି ଇରାନୀ ବି ସେଠାରୁ ନିଜର ଭାଗ୍ୟ ପରୀକ୍ଷା ଦେଇ ଆସୁଥିବା ବେଳେ ଏଥର ବିଜୟର ଶିରିପା ପିନ୍ଧିଛନ୍ତି । ଏହି ପ୍ରତିରକ୍ଷା ବିଭାଗ , ବିଦେଶ ମନ୍ତ୍ରଣାଳୟ, ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକ ପ୍ରାୟତ ଉତ୍ତର ପ୍ରଦେଶର ନେତା ମାନଙ୍କୁ ହିଁ ମିଳିଥାଏ ।
ଯଦି ଆମେ ପୂର୍ବ ଇତିହାସ ପୃଷ୍ଠାକୁ ଲେଉଟାଇବା ତେବେ ଦେଶରେ ଆଜି ପର୍ଯ୍ୟନ୍ତ ୩୦ ଜଣ ଗୃହମନ୍ତ୍ରୀ ହୋଇଥିବା ବେଳେ ସେଥିମଧ୍ୟରୁ ସାତ ଜଣ ରହିଛନ୍ତି କେବଳ ଉତ୍ତର ପ୍ରଦେଶରୁ । ତା ତଳକୁ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରୁ ଏବେ ଯାଏଁ ୬ ଜଣ ଗୃହମନ୍ତ୍ରୀ ହୋଇଛନ୍ତି । ସେହିଭଳି ପ୍ରତିରକ୍ଷା ମନ୍ତ୍ରୀକୁ ଯଦି ଦେଖିବା ଦେଶରେ ଏବେ ପର୍ଯ୍ୟନ୍ତ ୨୯ ଜଣ ମନ୍ତ୍ରୀ ହୋଇଥିବା ବେଳେ । ସେଥିମଧ୍ୟରୁ କେବଳ ୮ ଜଣ ରହିଛନ୍ତି ଏହିରାଜ୍ୟରୁ । ଅପରପକ୍ଷେ ୨୮ ଜଣ ବିଦେଶ ମନ୍ତ୍ରଣାଳୟରେ ମନ୍ତ୍ରୀ ହୋଇଥିବା ବେଳେ ସେଥିମଧ୍ୟରୁ ସର୍ବାଧିକ ୬ ଜଣ ୟୁପିରୁ ରହିଛନ୍ତି ।