ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ବାଚନୀ ସିଜିନ୍ ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କର ଏକ ବୟାନ ସାମ୍ନାକୁ ଆସିଛି । ଶ୍ରୀ ମୁଖାର୍ଜୀ କହିଛନ୍ତି କି କାଳ୍ପନିକ ସୌର୍ଯ୍ୟ ଏବଂ ସାହାସ ଦମରେ ଦେଶର ନେତୃତ୍ୱ ନିଆଯାଇ ପାରିବ ନାହିଁ । ଭାରତକୁ ଏଭଳି ଏକ ନେତାଙ୍କ ଆବଶ୍ୟକ ରହିଛି ଯିଏ ଦେଶର ଲୋକଙ୍କ ସହିତ ଛିଡା ହୋଇ ପାରିବେ । ଦେଶକୁ ଗରିବରୁ ସମ୍ପୂର୍ଣ୍ଣ ବାହାର କରିବା ପାଇଁ ଏବେ ଖୁବ୍ ଲମ୍ବା ଯାତ୍ରା କରିବାକୁ ପଡିବ । ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଗରିବ ହଟା ଯାଇ ନାହିଁ ମାନବ ବିକାଶକୁ ଆଗକୁ ବଢାଇବାରେ ଆବଶ୍ୟକତା ରହିଛି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଦେଶରେ ଆରବପତିଙ୍କ ସଂଖ୍ୟ ଲଗାତର ଭାବେ ବଢି ଚାଲିଛି । ଫୋବର୍ସ ଲଏିଷ୍ଟରେ ଆରବପତିଙ୍କ ନାମ ସାମିଲ ହେବାରେ ଲାଗିଛି । କିନ୍ତୁ ଏହା ସହିତ ଆବଶ୍ୟକ ବି ରହିଛି କି ଦେଶରେ ମଧ୍ୟମ ବର୍ଗର ଲୋକଙ୍କ ସଂଖ୍ୟା ବି ପ୍ରତ୍ୟେକ ବର୍ଷ ବଢିବା ଉଚିତ୍, ଯାହାଙ୍କର ଆୟର ବୃଦ୍ଧି ହୋଇପାରିବ । ଏହି ମାମଲାରେ ପୂର୍ବତନ ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଛନ୍ତି କି ଦେଶର ଏକ ପ୍ରତିଶତ ନାଗରିକଙ୍କ ପାଖରେ ଦେଶର କୂଳ ସମ୍ପତିର ୬୦ ପ୍ରତିଶତ ଅଂଶ ରହିଛି ।
ଏହାସହିତ ଗରିବଙ୍କୁ ଏଥିରୁ ବାହାରକୁ ବାହାର କରିବା ପାଇଁ ଆମକୁ ବହୁତ କାମ କରିବାକୁ ପଡିବ । ଯେଉଁ ଲୋକ ବିକାଶ ଯାତ୍ରାରେ ପଛୁଆ ରହିଯାଇଛନ୍ତି ସେମାନଙ୍କୁ ଏହି ସୋତ୍ରରେ ଆଣିବାକୁ ଆବଶ୍ୟକ ରହିଛି ।
ରିପୋର୍ଟ ମୁତାବକ, ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ଅନୁସାରେ ଦୁନିଆର ସବୁଠାରୁ ବଡ ଅର୍ଥବ୍ୟବସ୍ଥାରେ ଭାରତ ସପ୍ତମ ସ୍ଥାନରେ ରହିଛି ।