ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ପାଞ୍ଚ ବର୍ଷ ପରେ ମାନେ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଯିବେ ନରେନ୍ଦ୍ର ମୋଦି । ବର୍ଷ ୨୦୧୪ ନିର୍ବାଚନ ସମୟରେ ନରେନ୍ଦ୍ର ମୋଦି ଅଯୋଧ୍ୟ ଯାତା କରିଥିଲେ, କିନ୍ତୁ ସେତେବେଳେ ସେ ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରାର୍ଥୀ ଥିଲେ । ଅଯୋଧ୍ୟା ଏବଂ ଅମ୍ବେଡକରନଗର ମଧ୍ୟରେ ଥିବା ମୟା ବଜାରରେ ନିର୍ବାଚନୀ ସଭାକୁ ଏବେ ପ୍ରଧାନମନ୍ତ୍ରୀ ସମ୍ବୋନ୍ଧିତ କରିବେ । ମୋଦି ଏବଂ ଦଳ ପାଇଁ ଅଯୋଧ୍ୟା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ବିଜେପି ସଂକେତ ଦେବାକୁ ଚାହୁଁଛି ।
ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା ଅଯୋଧ୍ୟ ଜିଲ୍ଲାର ଗୋସାଇଗଞ୍ଜ ବ୍ଲକର ମୟା ବଜାରରେ ପ୍ରସ୍ତାବିତ ହେବ । ଏହା ଜିଲ୍ଲା ମୁଖ୍ୟାଳୟଠାରୁ ୨୫ କି.ମି ଦୂରରେ ରହିଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ସଭାର ପ୍ରଭାବ ଫ୍ୟାଜାବାଦ ଲୋକସଭା ସିଟ୍ ବ୍ୟତିତ ଅମ୍ବେଡକର ନଗର, ସୁଲତାନପୁର,ଆଜମଗଢ,ବସ୍ତୀ,ଜୌନପୁର ଏବଂ ପ୍ରତାପଗଢ ସିଟ୍ ସେ ଦେଖିବାକୁ ମିଳିବ । ମଙ୍ଗଳବାର ଦିନ ବହରାଇଚ ଏବଂ ବାରାବଙ୍କୀରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିଲା । ଯାହାଦ୍ୱାରା ସେ ବାରାବଙ୍କୀ, ବହରାଇଚ ବ୍ୟତିତ କ୍ୟାସରଗଂଜ,ଶ୍ରାବସ୍ତୀ ଏବଂ ଗୋଂଡା ଭଳି ସିଟ୍ ର ମତଦାତାଙ୍କ ମନ ମୋହିବାକୁ ଚେଷ୍ଟା କରିଥିଲେ । ୨୦୧୪ରେ ଏହି ସମସ୍ତ ସିଟ୍ ରେ ବିଜେପି ବିଜୟ ହାସଲ କରିଥିଲା ।