ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଶାହିନ ବାଗ୍ ବୟାନକୁ ନେଇ ପାଲଟାବାର୍ କରିଛନ୍ତି ପ୍ରଶାନ୍ତ କିଶୋର । ସେ ଟ୍ୱିଟ୍ କରି କହିଛନ୍ତି, ଫେବୃଆରୀ ୮ରେ ଦିଲ୍ଲୀରେ ଇଭିଏମ୍ ବଟନ୍ ପ୍ରେମର ସହ ଦବିବ । ଜୋର୍ କା ଝଟକା ଧୀରେ ଲାଗିବା ଉଚିତ୍, ଯାହାଫଳରେ ଭାଇଚାରା ଏବଂ ସୌହାର୍ଦ୍ୟ ବିପଦକୁ ନଆସୁ ।
ଏହାସହିତ ପ୍ରଶାନ୍ତ କିଶୋର ଟ୍ୱିଟ୍ ର ଶେଷରେ ଇଂରାଜୀର କିଛି ଶବ୍ଧ ଲେଖିଛନ୍ତି । ଯେଉଁଥିରେ ଲେଖା ଅଛି,ଜଷ୍ଟିସ୍, ଲିବର୍ଟି,ଇକ୍ୟୁାଲିଟି ଏବଂ ଫ୍ୟାଟରନିଟି ମାନେ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଏବଂ ଭାଇଚାର ।
ପ୍ରଶାନ୍ତ କୁମାର ତାଙ୍କର ଏହି ଜବାବ ଶାହାଙ୍କ ସେହି ବୟାନ ଉପରେ ଦେଇଛନ୍ତି, ଯେଉଁ ବୟାନ ଶାହା ରବିବାର ଦିନ ବାବରପୁରରେ ନିର୍ବାଚନୀ ପ୍ରଚାର ସମୟରେ ଦେଇଥିଲେ । ଶାହା କହିଥିଲେ କି, ଇଭିଏମ୍ ବଟନ୍ ଏତେ ଜୋର ଦବେଇବେ କି ବାବରପୁରରେ ଦବେଇଲେ କରେଣ୍ଟ ଶାହିନ ବାଗରେ ଲାଗିବ । ସେ କହିଥିଲେ କି, ନାଗରିକତା ଆଇନର ବିରୋଧ କରୁଥିବା ନେତାମାନେ ଦିଲ୍ଲୀରେ ଦଙ୍ଗା କରି ଲୋକଙ୍କୁ ବାଁ ବୁଲାଇବାର କାମ କରିଛନ୍ତି ।
8 फ़रवरी को दिल्ली में EVM का बटन तो प्यार से ही दबेगा। ज़ोर का झटका धीरे से लगना चाहिए ताकि आपसी भाईचारा और सौहार्द ख़तरे में ना पड़े।
Justice, Liberty, Equality & Fraternity 🇮🇳
— Prashant Kishor (@PrashantKishor) January 27, 2020