ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରକୁ ନେଇ ଚାଲିଥିବା ପକ୍ଷ ଓ ବିପକ୍ଷ ହଙ୍ଗାମା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିବେ । ଏହି ଅବସରରେ ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ଦର୍ଯା ଦେଉଥିବା ଧାରା ୩୭୦ କୁ ହଟାଇବା ଏବଂ ରାଜ୍ୟକୁ ଦୁଇ ଭାଗରେ ବାଣ୍ଟିବାର ସରକାରଙ୍କର ଏହି ନଷ୍ପତି ଉପରେ ପ୍ରଧାନମନ୍ତ୍ରୀ ସୂଚନା ଦେଇପାରନ୍ତି ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୭ ରେ ନିର୍ବାଚନ ଅବସରରେ ଦେଶକୁ ସମ୍ବୋଧିତ କରିଥିଲେ । ସେହି ସମୟରେ ସେ ସାଟେଲାଇଟ ରୋଧି ମିସାଇଲ (ଏ-ସ୍ୟାଟ) ର ଜୀବନ୍ତ ସାଟେଲାଇଟକୁ ମାରି ଖସାଇବା କ୍ଷମତାକୁ ନେଇ ଘୋଷଣା କରିଥିଲେ ।
ଖବରମୁତାବକ, ମଙ୍ଗଳବାର ସଂସଦ ପକ୍ଷରୁ ଜାମ୍ମୁ-କାଶ୍ମୀର ସମ୍ବନ୍ଧୀୟ ଧାରା ୩୭୦ ସମାପ୍ତ କରିବାର ସଂକଳ୍ପକୁ ମଞ୍ଜୁର ଦିଆଯାଇଥିଲା । ଏହାସହିତ ରାଜ୍ୟକୁ ଦୁଇଟି ଭାଗରେ ତଥା ଲଦାଖ ଏବଂ ଜାମ୍ମୁ-କାଶ୍ମୀରରେ ବଣ୍ଟାଯାଇଥିବା ବିଲ୍ କୁ ବି ମଞ୍ଜୁର ଦିଆଯାଇଥିଲା ।