ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ବଢୁଛି ତ ପୁଣି କେତେବେଳେ କମୁଛି । ସେହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୫୪୩୯ ନୂତନ ମାମଲା ସାମ୍ନାକୁ ଆସିଛି ।
ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏପର୍ଯ୍ୟନ୍ତ ମୋଟ ୪୩୮୨୫୦୨୪ ରୋଗୀ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଏବେ ଦେଶରେ ୬୫୭୩୨ ସକ୍ରିୟ ମାମଲା ରହିଛି ।