ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଋଷ ଭ୍ଲାଦିବୋସ୍ତକରେ ୫ମ ପୂର୍ବ ଆର୍ଥିକ ମଞ୍ଚ ର ପୂର୍ଣ୍ଣ ସର୍ତ୍ତକୁ ସମ୍ବୋନ୍ଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି , ଆଜି ଏହି ମଞ୍ଚରେ ଆମ ବିଚାର ମନ୍ଥନରେ ନା କେବଳ ସୁଦୂର ପୂର୍ବ ବରଂ ସମ୍ପୂର୍ଣ୍ଣ ମାନବ ଜାତିର ପ୍ରୟାସକୁ ସୁରକ୍ଷା ମିଳିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଭାରତ ଏବଂ ପୂର୍ବ ଦେଶର ସମ୍ବନ୍ଧ ନୂଆ ନୁହେଁ, ଏହା ବହୁ ପୁରୁଣା । ଭାରତ ଏଭଳି ଏକ ଦେଶ ଯିଏ ଭ୍ଲାଦିବୋସ୍ତକରେ ନିଜର ବାଣିଜ୍ୟ ଦୂତାବାସ ଖୋଲିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷର ଭ୍ଲାଦିବୋସ୍ତକ ସହରରେ ପୂର୍ବ ଆର୍ଥିକ ମଞ୍ଚ (ଇଇଏଫ୍) ରେ ଇଣ୍ଡିଆ ବିଜନେସ୍ ପାଭୋଲିୟନ ଗସ୍ତ କରିଛନ୍ତି । ଏହି ଅବସରରେ ସେ ଇଣ୍ଡୋ ରସିଆନ୍ ଇନୋଭେସନ ବ୍ରିଜ୍ ଉଦଘାଟନ କରିଛନ୍ତି ।
ଋଷ ରାଷ୍ଟ୍ରପତି ପୁତିନଙ୍କ ସହିତ ଷ୍ଟ୍ରିଟ୍ ଅଫ୍ ଦି ଫାର ଇଷ୍ଟ ପ୍ରଦର୍ଶନୀ ବୁଲି ଦେଖିଛନ୍ତି ମୋଦି । ସେଠାକାର ବିବିଧତା, ଲୋକଙ୍କ ପ୍ରତିଭା ଏବଂ ଟେକ୍ନୋଲଜିର ବିକାଶ ମୋଦିଙ୍କୁ ବହୁତ ପ୍ରଭାବିତ କରିଛି । ଯାହାକୁ ନେଇ ସେ ନିଜେ କହିଛନ୍ତି ଏହି ମଞ୍ଚର ବିଚାର ମନ୍ଥନ ନା କେବଳ ମାନବ କଲ୍ୟାଣ ପ୍ରୟାସକୁ ମଜବୁତ କରିବ ବରଂ ସମ୍ପୂର୍ଣ୍ଣ ମାନବ ଜାତିକୁ ପ୍ରଭାବିତ କରିବ ।