ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ପାଇଁ ଭାରତ ସରକାର ଆଉ ଏକ କରୋନା ଟିକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଜାଇଡସ କ୍ୟାଡିଲା ଦ୍ୱାରା ବିକଶିତ ହୋଇଥିବା ବିଶ୍ୱର ପ୍ରଥମ କୋଭିଡ ୧୯ ଡିଏନଏ-ପ୍ଲାସିମ ଟିକା ଟିଜିସିଆଇ ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି ।
ଜୁଲାଇ ୧ ତାରିଖରେ ଅହମଦାବାଦର ଏହି କମ୍ପାନୀ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇରେ ଆବେଦନ କରିଥିଲେ । ୧୨ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ପିଲାଙ୍କୁ ଏହି ଟିକା ପ୍ରଦାନ କରାଯିବ । ଏହା ଡିଏନମ-ପ୍ଲାସିମ ଟେକ୍ନୋଲୋଜି ଉପରେ ଆଧାରିତ ତାପରେ , ଏହା ଏକ ଛୁଞ୍ଚିମୁକ୍ତ ଇଞ୍ଜେକ୍ସନ୍ ସିଷ୍ଟମ୍ ବ୍ୟବହାର କରି ବ୍ୟବହୃତ ହୋଇପାରିବ ।
ଏହା ଏକ ତିନି ଡୋଜ ବିଶିଷ୍ଟ ଟିକା । ଯାହାର ଦ୍ୱିତୀୟ ଓ ତୃତୀୟ ମାତ୍ରା ଯଥାକ୍ରମେ ୨୮ ଓ ୫୬ ଦିନ ବ୍ୟବଧାନରେ ଦିଆଯାଇଥାଏ । ଏହି ଟିକା ୬୬.୬ପ୍ରତିଶତ ଫଳପ୍ରଦ ବୋଲି ଜଣାପଡିଛି । ଭାରତରେ ଏହା ହେଉଛି ସବୁଠାରୁ ବଡ ଟିକା ପରୀକ୍ଷା ।୧୨ବର୍ଷରୁ ଉଦ୍ଧ୍ୱର୍ ୧୦୦୦ ଶିଶୁଙ୍କଠାରେ ଏହି ଟିକାର ପରୀକ୍ଷଣ କରାଯାଇଛି । ଏହା କରୋନା ସମେତ ଦେଶର ୬ ଟି ଟିକାର ବ୍ୟବହାର ପାଇଁ ଅନୁମତି ମିଳିଛି ।
ଜାଇଡସ କ୍ୟାଡିଲା କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ ମୋଟ ‘ଜାଇକୋଭ-ଡି’ ଟିକା ବିକାଶ ପାଇଁ ୪୦୦ ରୁ ୫୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି । ଏହା ବାର୍ଷିକ ୧୦ ରୁ ୧୨ କୋଟି ଡୋଜ ପ୍ରସ୍ତୁତ କରିବା ପାଇଁ ଯୋଜନା କରିଛି । ଏହି ଟିକା ନୂଆ ପ୍ରଜାତି ବିରୋଧରେ ଓ ବିଶେଷ କରି ଡେଲ୍ଟା ପ୍ରଜାତି ବିରୋଧରେ ଫଳପ୍ରଦ ବୋଲି ଟିକା ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ।