ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଛତ୍ରପତି ଶିବାଜୀ ମହାରାଜଙ୍କ ୩୯୦ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଐତିହାସିକ ମରାଠା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ୱିଟ୍ ରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମା ଉପରେ ଫୁଲ ଅର୍ପଣ କରି ପ୍ରଣାମ କରୁଥିବାରୁ ନଜର ଆସୁଛନ୍ତି । ଏହାସହିତ ମରାଠା ଭାଷରେ ଟ୍ୱିଟ୍ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
महान छत्रपती शिवाजी महाराज यांच्या जयंती दिनी त्यांना नमन!
Bowing to one of the greatest sons of Mother India, the embodiment of courage, compassion and good governance, the exceptional Chhatrapati Shivaji Maharaj on his Jayanti. His life continues to motivate millions. pic.twitter.com/zrnpT5D5oI
— Narendra Modi (@narendramodi) February 19, 2020
ମୋଦି କହିଛନ୍ତି କି, ଛତ୍ରପତି ଶିବାଜୀ ମହାରାଜ ଜଣେ ବାହାଦୂର ଯୋଦ୍ଧା ଏବଂ ଉକ୍ରୃଷ୍ଟ ପ୍ରଶାସକ ରୂପେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । ଜଣେ ମଜବୁତ୍ ନୌସେନା ହେବାଠାରୁ ନେଇ ତାକୁ ପାଳନ କରିବା ପର୍ଯ୍ୟନ୍ତ, ସେ ସମସ୍ତ କ୍ଷେତ୍ରରେ ଉକ୍ରୃଷ୍ଟ ଥିଲେ । ତାଙ୍କୁ ସର୍ବଦା ଅନ୍ୟାୟ ଏବଂ ଧମକକୁ ବିରୋଧ କରିବା ପାଇଁ ସ୍ମରଣ କରାଯିବ ।
ସୂଚନାଯୋଗ୍ୟ, ୧୯ ଫେବୃଆରୀ ୧୬୩୦ ମସିହା ପୁଣେ ଶିବନେରୀ କିଲେରେ ଜନ୍ମଗ୍ରହଣ କରିଥିଲେ ଛତ୍ରପତି ଶିବାଜୀ ।