ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଆଜି ଜନ୍ମ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟ୍ୱିଟ୍ କରିଛନ୍ତି କି, ଶ୍ରୀ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜନ୍ମ ଦିନର ଶୁଭକାମନା । ଇଶ୍ୱର ତାଙ୍କୁ ଭଲ ସ୍ୱାସ୍ଥ୍ୟ ଦିଅନ୍ତୁ ଏବଂ ଦୀର୍ଘାୟୁ କରନ୍ତୁ ।
Best wishes to Shri @RahulGandhi on his birthday. May he be blessed with good health and a long life.
— Narendra Modi (@narendramodi) June 19, 2019
ବିଜେପି ପକ୍ଷରୁ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାପରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅମେଠୀରୁ ବିଜୟୀ ହୋଇଥିବା ସ୍ମୃତି ଇରାନୀ ରାହୁଲଙ୍କୁ ସିଧା ଶୁଭେଚ୍ଛା ନଜଣାଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ରେ ରିଟ୍ୱିଟ୍ କରିଛନ୍ତି ।
Greetings and good wishes to Shri @RahulGandhi on his birthday. Wishing him a long life filled with good health.
— Rajnath Singh (@rajnathsingh) June 19, 2019
ସେପଟେ ଏମାନଙ୍କ ବ୍ୟତିତ ବିଜେପିର ଅନ୍ୟ ବଡ ବଡ ମନ୍ତ୍ରୀ ମାନେ ଯେପରିକି ଗୃହମନ୍ତ୍ରୀ ଅମିତ୍ ଶାହା , କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ,କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ପିୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସମେତ ଅନେକ ନେତାମାନେ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଭୁଲି ଯାଇଛନ୍ତି ।
ମୋଦିଙ୍କ ବ୍ୟତିତ କୋଲାକତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆଜି ସକାଳୁ ସୋସିଆଲ ମିଡିଆରେ ରାହୁଲଙ୍କ ହାପି ବର୍ଥ ଡେ ଟ୍ୱିଟ୍ ଟ୍ରେଣ୍ଡ କରୁଛି ।
Best wishes on your birthday.
জন্মদিনের অনেক শুভেচ্ছা ও অভিনন্দন @RahulGandhi
— Mamata Banerjee (@MamataOfficial) June 19, 2019